Odisha news

ରାଜ୍ୟସ୍ତରୀୟ ସିନିୟର ମହିଳା ଫୁଟବଲ ଚମ୍ପିୟାନସିପ୍ ପାଇଁ ମୟୂରଭଞ୍ଜ ଦଳର ଝାରସୁଗୁଡା ଯାତ୍ରା

ବାରିପଦା  : ମୟୂରଭଞ୍ଜ ଏଥଲେଟିକ୍ ଏସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଚୟନ ଶିବିରରେ ମନୋନୀତ ହୋଇ ଜିଲ୍ଲା ସିନିୟର ମହିଳା ଫୁଟବଲ ଦଳ ଝାରସୁଗୁଡା ଯାତ୍ରା କରିଛନ୍ତି । ଏହି ଦଳ ଝାରସୁଗୁଡା ଠାରେ ଅନୁଷ୍ଠିତ ହେଉଥିବା ପିସି ବେହେରା ଆନ୍ତଃଜିଲ୍ଲା ସିନିୟର ମହିଳା ଫୁଟବଲ ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ । ଏହି ଚମ୍ପିୟାନସିପ୍ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଅଛି । ମଙ୍ଗଳବାର ମୟୂରଭଞ୍ଜ ତାର ପ୍ରଥମ ମ୍ୟାଚ୍ ବରଗଡ ଜିଲ୍ଲା ସହିତ ଖେଳିବ ବୋଲି ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣସମ୍ପାଦକ କିଶୋର କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି । ଏହି ଚୟନ ଶିବିରକୁ ପ୍ରବିର କୁମାର ବିଶ୍ୱାସ, ମାଣିକ ରଣା ଓ ସଞ୍ଜିବ କୁମାର ମହାନ୍ତି ପରିଚାଳନା କରିଥିବାବେଳେ ଚୟନକର୍ତ୍ତା ଭାବେ ଅମୂଲ୍ୟ ଦାଶ, ଆନଗା ମାଝି, ସେଙ୍ଗେଲ ସୋରେନ୍, ନନ୍ଦଲାଲ ମହାପାତ୍ର ଓ ପ୍ରଦୀପ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦଳରେ ଦମୟନ୍ତୀ ତିରିଆ, ଧାନି ହାଁସଦାଃ, ଇତିଶ୍ରୀ ସରଦାସ, କାରନି ସରଦାର, କୁଇଲୁ ହେମ୍ବ୍ରମ, ଲକ୍ଷ୍ମୀ ହାଁସଦାଃ, ମହିମା ମାଝୀ, ମାଳତୀ ନାଏକ, ମଞ୍ଜୁଲତା ଦାସ, ନାନଦମ ଜାମୁନା, ପ୍ରିତୀଲତା ହେମ୍ବ୍ରମ, ପୂର୍ଣ୍ଣିମା ହାଁସଦାଃ, ରିନା ସିଂ, ରୁକମଣୀ ମୁର୍ମୁ, ସାକରୋ ହେମ୍ବ୍ରମ, ସୀତା ବେଶ୍ରା,ସୀତା ମୁର୍ମୁ ଓ ସୁନିୟା ସୋରେନ୍ ପ୍ରମୁଖ ସ୍ଥାନ ପାଇଛନ୍ତି । ଦଳର କୋଚ୍ ସୁନିଆ ଟିଓ ଓ ମ୍ୟାନେଜର ଭାବେ ଦୋଲନ ଚନ୍ଦ୍ର କୁଅଁର ଦେଓ ମଧ୍ୟ ଝାରସୁଗୁଡା ଯାତ୍ରା କରିଛନ୍ତି ବୋଲି ସାଧାରଣସମ୍ପାଦକ ଶ୍ରୀ ବିଶ୍ୱାଳ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Comments are closed.