କୋଣାର୍କ:ଚନ୍ଦ୍ରଭାଗା ଥାନା ଅଧିନସ୍ଥ ସୁତନ ପଂଚାୟତ ର ହାଇସ୍କୁଲ ରେ ହୋଇଥିବା କ୍ବାରାଣ୍ଟିନ ସେଣ୍ଟରରୁ ଜଣେ କରୋନା ଆକ୍ରାନ୍ତ ମହିଳା ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ୨୬ ବର୍ଷିୟା ମହିଳା ଜଣକ ହାଇଦ୍ରାବାଦରୁ ଫେରିବା ପରେ ଗତ ସାତଦିନ ଧରି ସୁତନ ହାଇସ୍କୁଲରେ ହୋଇଥିବା କ୍ବାରାଣ୍ଟିନ ସେଣ୍ଟରରେ ରହିଥିଲେ ।
ଏହି ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କ ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିଲା ।ରିପୋର୍ଟରେ ଉକ୍ତ ୨୬ ବର୍ଷିୟା ମହିଳାଙ୍କ କରୋନା ପଜିଟିଭ ରିପୋର୍ଟ ଆସିଥିବାର ଜଣାପଡ଼ିଛି । ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସଂପୃକ୍ତ ମହିଳାଙ୍କୁ ପୁରୀ କୋଭିଡ଼ -୧୯ ହସ୍ପିଟାଲକୁ ପଠାଯାଇଥିଛି। ।ଏହି ମହିଳାଙ୍କ ସଂସ୍ପର୍ଶରେ ଆଉ କୌଣସି ପ୍ରବାସୀ ଆସିଛନ୍ତି କି ନାହିଁ ଓ ତାଙ୍କ ସହିତ ଆଉ କିଏ ମିଳାମିଶା କରିଛନ୍ତି କି ନାହିଁ ତା ବିଷୟ ରେ ମେଡିକାଲ ତରଫରୁ ଅନୁଧ୍ୟାନ ଜାରିରହିଛି ।
ଏଠାରେ ସୂଚନା ଥାଉକି ଦିନକପୂର୍ବରୁ ସୁତନ ନିକଟସ୍ଥ ତରକୋର ପଞ୍ଚାୟତର ସଂଗରୋଧ କେନ୍ଦ୍ରରୁ ଅନୁରୂପ ଭାବେ ୩ଜଣ ପ୍ରଭାସି ମହିଳାଙ୍କ ସ୍ଲାବ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା ।ସେମାନଙ୍କୁ ପୁରୀ କୋଭିଡ଼ି-୧୯ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି।