ହାଟଡ଼ିହି : ସୋସୋ ଥାନା ହଦଗଡ ପଞ୍ଚାୟତର ବାଘୁଆସାହିରେ ଆଜି ମଧ୍ୟାହ୍ନରେ ଏକ ବିଷାକ୍ତ ସାପ କାମୁଡାରେ ଜଣେ ଶିଶୁକନ୍ୟାର ମୃ୍ୁ୍ୟ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ମଧ୍ୟାହ୍ନରେ ଗ୍ରାମର ରଥ ବିରୁଆ ତାଙ୍କ ୨ବର୍ଷର ଝିଅ ରାଖି ବିରୁଆକୁ ଧରି ସାଙ୍ଗରେ ଶୋଇଥିଲେ । ଏହି ସମୟରେ ଏକ ବିଶାନ୍ତ ଗୋଖର ସାପ ତାଙ୍କ ଝିଅକୁ କାମୁଡି ଦେଇଥିଲା ।
ଗୁରୁତର ଅବସ୍ଥାରେ ତାକୁ ଆନନ୍ଦପୁର ଡାକ୍ତରଖାନାକୁ ନେଉଥିବା ବେଳେ ତାର ମୃତୁ୍ୟ ଘଟିଥିଲା । ଘର ଲୋକମାନେ ସାପଟିକୁ ଏକ ହାଣ୍ଡିରେ ପୁରାଇ ରଖିଛନ୍ତି । ଖବରପାଇ ସୋସୋ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁକରି ଶବକୁ ପୋଷ୍ଟମଟମ କରାଇ ତନ୍ତ ଆରମ୍ଭ କରିଛି ।