Odisha news

ଶହ ଶହ ବର୍ଷ ର ପରମ୍ପରା ଭଙ୍ଗ: ସିଂହାସନୀ ପିଠ ରେ ରଜ ସଂକ୍ରାନ୍ତି ଯାତ୍ରା ବନ୍ଦ

0

ପୋଲସରା:ଶମ ଶହ ବର୍ଷ ର ପରମ୍ପରା ଭଙ୍ଗ ହୋଇଛି । ଶକ୍ତି ପୀଠ ମା ‘ ସିଂହାସନୀ ଙ୍କ ପ୍ରସିଦ୍ଧ ରଜ ସଂକ୍ରାନ୍ତି ଯାତ୍ରା କୁ ପ୍ରଥମ ଥର ପାଇଁ ବନ୍ଦ କରି ଦିଆଯାଇଛି। ମହାମାରୀ କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଫଳରେ ପ୍ରଥମ ଥର ପାଇଁ ବିନା ଦର୍ଶକ ଓ ଶ୍ରଦ୍ଧାଳୁ ରେ ମା’ ପୂଜାର୍ଚ୍ଚନା ସଂପୂର୍ଣ୍ଣ ହୋଇଛି। ସୂଚନାଯୋଗ୍ୟ ଯେ ପୋଲସରା ଠାରୁ ପ୍ରାୟ ୨୫ କିଲୋମିଟର ଦୁର ପାଣ୍ଡିରିପଡା ପଞ୍ଚାୟତ ଅନ୍ତର୍ଗତ କଷିପଡା ନିକଟରେ ବିଜେ ମା ‘ ସିଂହାସନୀ ଙ୍କ ର ପ୍ରତ୍ୟେକ ବର୍ଷ ରଜ ସଂକ୍ରାନ୍ତି ଯାତ୍ରା ଅନୁଷ୍ଠିତ ହୋଇଥାଏ।

ପହିଲି ରଜ ଅର୍ଥାତ ମାସନ୍ତ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରସିଦ୍ଧ ଯାତ୍ରା ରଜ ସଂକ୍ରାନ୍ତି ପରଦିନ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟକ୍ଷ ଦେବୀ ଭାବରେ ମା’ ଙ୍କ ର କ୍ଷାତି ଥିବାରୁ ଏହି ତିନି ଦିନ ରେ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ । ବିଶେଷ କରି ରଜ ସଂକ୍ରାନ୍ତି ଦିନ ସର୍ବାଧିକ ସମାଗମ ହେଉଥିବା କାରଣରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ପଡିଥାଏ। ତେବେ ମହାମାରୀ କରୋନା ଆତଙ୍କ ଯୋଗୁଁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଏହି ଯାତ୍ରା କୁ ନିଷେଧ କରାଯାଇଛି। ଜନ ସମାଗମ କୁ ରୋକିବା ପାଇଁ ମା’ ପିଠରେ ୧୪୪ ଧାରା ଜାରି କରାଯାଇଛି।

ଏଣୁ ପୋଲସରା ଥାନା ପୋଲିସ ଶୁକ୍ରବାର ଠାରୁ  ସିଂହାସନୀ ପିଠ କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା କୁ ବନ୍ଦ କରି ଦିଆଯାଇଛି। ତେବେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା ‘ ଙ୍କ ପୂଜାର୍ଚ୍ଚନା କରିବା ସକାଶେ ମନ୍ଦିର ପରିଚାଳନା କମିଟି କୁ ଅନୁମତି ଦିଆଯାଇଛି। ଏଣୁ ମନ୍ଦିର ର ପୂଜକ ମାନେ ମା ‘ ଙ୍କ ପୂଜାର୍ଚ୍ଚନା ପାରମ୍ପରିକ ରୀତିରେ କରୁଛନ୍ତି। ଜନ ଗହଳି ଯେତେ ଅଧିକ ହେବ ମହାମାରୀ କରୋନା ସଂକ୍ରମଣ ସେତେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ କହୁଥିବାରୁ ସଚେତନ ନାଗରିକ ମାନେ ପ୍ରଶାସନ ର ଏହି ନିଷ୍ପତ୍ତି କୁ ସ୍ୱାଗତ କରୁଥିବା ବେଳେ ପରମ୍ପରା କୁ ଧରି ରଖିବା ପାଇଁ ଚାହୁଁଥିବା କିଛି ବ୍ୟକ୍ତି ଏଭଳି ନିଷ୍ପତ୍ତି କୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।

Leave A Reply