Odisha news

କୋଭିଡ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ : ଚାଳକ ଗୁରୁତର

0

ଆର,ଉଦୟଗିରି- ଗଜପତି ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ପାଇଁ ନିୟୋଜିତ ହୋଇଥିବା କୋଭିଡ୍ ଭ୍ୟାନ୍ ନାରିଙ୍ଗି ଘାଟି ଜାତୀୟ ରାଜପଥ- ୩୫୬ (ଏ)  ଡାହାଣ ପାର୍ଶ୍ବରେ ଭାରସାମ୍ୟ ହରାଇ ଓଲଟିପଡିବାରୁ ଚାଳକ ରାମଗିରି ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମର ବିକାଶ ଶବର (୨୫) ଗୁରୁତ୍ବର ଆହତ ହୋଇଥିଲେ ।

ଚାଳକ ଗତକାଳି ଚାନ୍ଦିପଟୁ ଲାଲବାହାଦୂର ଶାସ୍ତ୍ରୀ ହାଇସ୍କୁଲ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୨ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ପାରଳାଖେମଣ୍ଡି ଆର, ସିତାପୁର କୋଭିଡ୍ ମେଡିକଲରେ ଛାଡି ରାତି ୨ଟାବେଳେ ଫେରିଥିଲେ । ହେଲେ ଅସାବାଧାନତା ଯୋଗୁଁ ଭ୍ୟାନ୍ଟି ଭାରସାମ୍ୟ ହରାଇ ନାରିଙ୍ଗୀ ଛକ ନିକଟ ଜାତୀୟ ରାଜପଥ ଡାହଣ ପାର୍ଶ୍ବରୁ ତିନି ଗଡାଣି ହୋଇ ଓଲଟି ପଡଥିଲା ।

ଅନ୍ୟ ଏକ କାରରେ ପଛରୁ ଆସୁଥିବା ଏସ୍କର୍ଟ ଡା . ଶିବରାମ ଓ ସ୍ବାସ୍ଥ୍ୟ ପରିଦର୍ଶନ ଧନେଶ୍ବର ରାଓ ଘଟଣାସ୍ଥଳରୁ ବିକାଶକୁ ଉଦ୍ଧାର କରିଥିଲେ । ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବ ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକଲକୁ ସ୍ଥାନାନ୍ତର କରାଯାଇଥିଲା ଜଣାପଡିଛି । ତାଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ହୋଇଛନ୍ତି ।

Leave A Reply