Odisha news

କାଲିଠୁ ଘର ଘର ବୁଲି କରୋନା ଲକ୍ଷଣ ଯାଞ୍ଚ କରିବେ ଆଶା ଦିଦି

0

ଭୁବନେଶ୍ୱର: କାଲିଠୁ ଘର ବୁଲିବେ ଆଶା ଦିଦି। ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ପ୍ରତି ବସ୍ତିକୁ ଯାଇ ସର୍ଭେ କରିବେ। କାହାର କରୋନା ଲକ୍ଷଣ ଅଛି କି ନାହିଁ ଯାଞ୍ଚ କରିବେ ବୋଲି କହିଛନ୍ତି  NHM ନିର୍ଦ୍ଦେଶିକା।

ଆଜି ପ୍ରେସ୍‌ମିଟ୍‌ରେ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଘରକୁ ଘର ବୁଲି ଆଶା ଦିଦି ସର୍ଭେ କରିବେ। ଆଶା କର୍ମୀ ଏବଂ ANM କର୍ମୀ ଘର ଘର ବୁଲି କରୋନା ସର୍ଭେ କରିବେ। ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ପ୍ରତି ବସ୍ତିକୁ ଯାଇ ସର୍ଭେ କରିବେ।

କାହାର କରୋନା ଲକ୍ଷଣ ଅଛି କି ନାହିଁ ଏନେଇ ଯାଞ୍ଚ କରିବେ। କାହାରି ଠାରେ ଲକ୍ଷଣ ଥିଲେ ଆଶା କର୍ମୀ ଟେଷ୍ଟ ପାଇଁ ସୁପାରିଶ କରିବେ। ଜୁନ୍ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ଘର ଘର ସର୍ଭେ କାର୍ଯ୍ୟକ୍ରମ ବୋଲି ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

Leave A Reply