କୋଣାର୍କ,ସବ୍ୟୁ, କୋଣାର୍କ ପ୍ରାଥମିକ ଚିକିତ୍ସାକେନ୍ଦ୍ର ପରିସରରେ ଖୋଲିଥିବା କୋଭିଡ଼ ସେବାକେନ୍ଦ୍ର ପରିସରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଛି ।ଗତ ୧୦ ତାରିଖରେ ଏହି କୋଭିଡ଼ ସେବାକେନ୍ଦ୍ର ଦୁଇଜଣ କରୋନା ଆକ୍ରାନ୍ତଙ୍କ ଚକିତ୍ସା ଆରମ୍ଭ ହୋଇଥିଲା ।୧୦ ଦିନ ଚିକିତ୍ସା ହେବାପରେ ସୋମବାର ଦିନ ଜଣେ କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବାର ଜଣାପଡ଼ିଛି ।
ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ଜଣକ କାକଟପୁର ଅଂଚଳର ବୋଲି କୋଭିଡ଼ ସେବାକେନ୍ଦ୍ର ଦାୟିତ୍ବରେ ଥିବା କୋଣାର୍କ ଏନଏସିର କରୋନା ପରିଚାଳନା ର ନୋଡ଼ାଲ ଅଧିକାରୀ ଭାଗିରଥି ବରାଳ ଙ୍କ ଠାରୁ ସୂଚନା ମିଳିଛି ।ତେବେ ଅନ୍ୟଜଣେ କରୋନା ଆକ୍ରାନ୍ତ ଚକିତ୍ସାଧିନ ଥିବାର ସୂଚନା ମଳିଛି ।ସୂଚନାଯୋଗ୍ୟକି , କୋଣାର୍କରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରାୟ ୪୦ ଜଣ ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମୁତୟନ ହୋଇଛନ୍ତି ।
