ତିହିଡି, ୨୦ା୦୭, ତିହିଡ଼ି ବ୍ଲକ ଅଧୀନ କୋହ୍ଲ ପଞ୍ଚାୟତ ଅଧୀନ ମୂଷାଙ୍ଗ ଗ୍ରାମର ପ୍ରାକ୍ତନ ପ୍ରଧାନ ଶିକ୍ଷକ, ନାଟ୍ୟ ନିଦେ୍ର୍ଦଶକ, ସଂଗଠନ ପ୍ରେମୀ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କର ଗତ ୧୮ ତାରିଖ ସକାଳେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କ ମୃତୁ୍ୟ ଖବର ପାଇବା ପରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ଗୁଡ଼ିକ ଶୋକବ୍ୟକ୍ତ କରିଛନ୍ତି ।
ନିତ୍ୟାନନ୍ଦ ପାଣିଗ୍ରାହୀ କିଛିଦିନ ଧରି ଅସୁସ୍ଥ ରହିଥିଲେ । ସେ ଦୀର୍ଘଦିନ ଶିକ୍ଷକତା କରିବା ସହ ଆରୁହା ସ୍ଥିତ ଫକୀର ମୋହନ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ଜଣେ ନାଟ୍ୟ ନିଦେ୍ର୍ଦର୍ଶକ ଭାବେ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ସୁନାମ ଅର୍ଜନ କରିଥିଲେ । ତିହିଡ଼ିର ବହୁ ସଂଗଠନ ସହ ଜଡ଼ିତ ଥିଲେ । ତିହିଡ଼ି ଲେଖକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଥିଲେ । ସେହିପରି ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଭାପତି ଭାବେ କାର୍ଯ୍ୟଭାର ତୁଲାଇଥିଲେ । କୋହ୍ଲ ସାର୍ବଜନୀନ ସରସ୍ୱତୀ ପୂଜା କମିଟିର ସଭାପତି ରହିଥିଲେ । ତିହିଡ଼ି ସୈନିକ ବି୍ରଗେଡ ସ୍କୁଲ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ନେଇଥିଲେ ।
ତିହିଡ଼ି ସଂଗୀତ ମହାବିଦ୍ୟାଳୟର ସଭାପତି ରହିଥିଲେ । କୋହ୍ଲ ନବଗ୍ରହ ମନ୍ଦିର ପରିଚାଳନା କମିଟିରେ ସେ ରହିଥିଲେ । ତାଙ୍କର ୪ ପୁଅ ଓ ୩ ଝିଅ ଅଛନ୍ତି । ତାଙ୍କ ମୃତୁ୍ୟ ଖବର ପାଇବା ପରେ ସରପଞ୍ଚ ତିଳୋତ୍ତମା ବେହେରା, ସମିତି ସଭ୍ୟ ସୌମ୍ୟରଂଜନ ପରିଡ଼ା, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ, କଥାକାର ଉମାକାନ୍ତ ମିଶ୍ର, ବିଭୂତି ଭୂଷଣ ସେନାପତି, ଆଇନଜୀବୀ ବିପ୍ଳବ ନାୟକ, ତିହିଡ଼ି ସତ୍ୟସାଇ ସେବାସମିତିର ଅବାହକ ପାର୍ଥସାରଥୀ ନାୟକ, ଆଶୁତୋଷ କରଣ, ସୁଦର୍ଶନ ନାୟକ, ଶଚିକାନ୍ତ ନାୟକ, ସୁବାସ ଦାସ, ରବିକୁମାର ମହାନ୍ତି, ଭଗବାନ ପାଣିଗ୍ରାହୀ, ଲଲାଟେନ୍ଦୁ ମହାପାତ୍ର, ଶିକ୍ଷାବିତ୍ ପ୍ରଫୁଲ୍ଲ ନାୟକ, ଭାଗିରଥି ଆଚାର୍ଯ୍ୟ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିପରି ଧାମନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ବିଧାୟକ ବିଜୟ ନାୟକ, ତିହିଡ଼ି ଲେଖକ ସାମ୍ମୁଖ୍ୟର ସଭାପତି ଭଗବାନ ଚନ୍ଦ୍ର ନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।