Odisha news

ଖାଦ୍ୟ ଅଂନେଶ୍ୱଣ ରେ ଆସି କୁକୁର କାମୁଡ଼ାରେ ହରିଣ ର ମୃତ୍ୟୁ ।

0

କୋଣାର୍କ : ରବିବାର ପୂର୍ବାହ୍ନରେ କୋଣାର୍କ ରେଞ୍ଜ ଅଧିନ ନଳକଣ ହନୁମାନ ମନ୍ଦିର ନିକଟରେ କିଛି ବୁଲା କୁକୁର କାମୁଡ଼ାରେ ଏକ ୪ବର୍ଷ ଅଣ୍ଡିରା ହରିଣର ମୃତ୍ୟୁ ଘଟିଛି। ହରିଣଟି ଖାଦ୍ୟ ଅନେଶ୍ୱଣ ରେ ଜଙ୍ଗଲ ରୁ ଜନବସତି ଆଡକୁ ଚାଲି ଆସିବାରୁ କୁକୁରଙ୍କ ହାବୁଡ଼ରେ ପଡିଥିଲା ଫଳରେ କୁକୁର ମାନେ ହରିଣ ଟିର ବେକ ଓ ପଛ ଫଡ଼ିଆକୁ କାମୁଡି ରକ୍ତାକ୍ତ କରିଦେଇଥିଲେ ଯେଉଁଥି ପାଇଁ ହରିଣ ଟି ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ କୋଣାର୍କ ବନ କର୍ମଚାରି ମାନେ ଘଟଣା ସ୍ଥଳକୁ ଯାଇ ଉକ୍ତ ମୃତ ହରିଣ ଟିକୁ ଉଦ୍ଧାର କରି ପୋଷ୍ଟମଟମ କରି ପୋତିଦେଇଥିବା କୋଣାର୍କ ବନାଧିକାରୀ ବେଣୁଧର ବେହେରା ପ୍ରକାଶ କରିଛନ୍ତି।

ଏଠାରେ ସୂଚନା ଥାଉକି ଜଙ୍ଗଲରେ ପଯ୍ୟାପ୍ତ ପରିମାଣ ର ଖାଦ୍ୟ ଓ ପାନୀୟ ଜଳ  ର ସୁବିଧା ନଥିବାରୁ ହରିଣ ପଲ୍ଲ ଗ୍ରାମ ଓ ଜନବସତି ଆଡକୁ ପାଣି ଓ ଖାଦ୍ୟ ପାଇଁ  ପ୍ରତିଦିନ ଚାଲି ଆସିବାରୁ କୁକୁର ଓ ଶିକାରୀ ମାନଙ୍କ ହାବୁଡ଼ରେ ପଡି ମୃତ୍ୟୁ ବରଣ କରୁଛନ୍ତି। ସ୍ଥାନୀୟ ବନ ବିଭାଗର ସୁରକ୍ଷା ଢିଲା ଯୋଗୁଁ ଏଭଳି ଘଟଣା ବାରମ୍ବାର ହେଉଛିବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Nalco
Leave A Reply