Odisha news

ଗିରଫ ଆସାମୀ କରୋନା ଛିନ୍ନଟ ହେବା ପରେ, କୋଣାର୍କରୁ ପ୍ରାୟ ୫୦ ଜଣଙ୍କର ହେବ କୋଭିଡ଼ ପରୀକ୍ଷା !

0

କୋଣାର୍କ :  ଜଣେ ଗିରଫ ଅଭିଯୁକ୍ତ ସଂସ୍ପର୍ଶରେ ଆସିଥିବା ସନ୍ଦେହରେ କୋଣାର୍କ ଅଂଚଳର ପ୍ରାୟ ୫୦ ବ୍ୟକ୍ତିଙ୍କର କୋଭିଡ଼ ପରୀକ୍ଷା କରାଯାଇ ପାରେ ବୋଲି ସୂଚନା ମିଳିଛି ।ମିଳିଥିବା ସୂଚନା ମୁତାବକ ନୟାହାଟ ଫାଣ୍ଡି ଅଧିନ ଆଖୁରିଆ ଗ୍ରାମର ଜଣେ ଅଭିଯୁକ୍ତ ପୁଲିସ ଆଖିରେ ଧୁଳି ଦେଇ ବୁଲୁଥିଲା ।ଉକ୍ତ ଅଭିଯୁକ୍ତ ଜଣକ କୋଣାର୍କ ରାଉଳପାଟଣା ଛକରେ ଥିବା ଗୁଣ୍ଡିଚା ମନ୍ଦିର ନିକଟରେ ବୁଲାବୁଲି କରୁଥିବାର ସୂଚନା ପାଇ କୋଣାର୍କ ପୁଲିସ ତାକୁ ଧରିଆଣି ଥାନାରେ ଅଟକ ରଖିଥିଲେ ।

ଅଟକ ବ୍ୟକ୍ତିକୁ ଗୋପ ଥାନାକୁ ହସ୍ତାନ୍ତର କରିଥିଲେ କୋଣାର୍କ ପୁଲିସ ।ଗୋପଥାନାରେ ଗ‌ୋଟିଏ ଦିନ ରହିବା ପରେ ସଂପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।କୋର୍ଟରୁ ଜାମିନ ନାମଂଜୁର ପରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଥିଲା । ଜେଲରେ କୋଭିଡ଼ ପରୀକ୍ଷାରେ ସଂପୃକ୍ତ ଅଭିଯୁକ୍ତଙ୍କର ରିପୋର୍ଟ ପଜିଟିଭ ଆସିଥିଲା ।

ଏହା ଜଣାପଡ଼ିବା ପରେ କୋଣାର୍କ ଥାନାର ସମସ୍ତ ପୁଲିସ କର୍ମଚାରୀ , କୋର୍ଟ କର୍ମଚାରୀ ଓ ଅଭିଯୁକ୍ତ ବୁଲାବୁଲି କରୁଥିବା ଗୁଣ୍ଡିଚା ମନ୍ଦିର ଆଖପାଖ ଅଂଚଳର ପ୍ରାୟ ୧୩ରୁ ଅଧିକ ବ୍ୟକ୍ତି ମୋଟ ୫୦ ବ୍ୟକ୍ତିଙ୍କର କରୋନା ପରୀକ୍ଷା ପାଇଁ ପ୍ରଶାସନକୁ ଅବବଗତ କରାଯାଇଥିବାର ପୁଲିସ ସୁତ୍ରରୁ ସୂଚନା ମିଳିଛି ।ଏହି ବ୍ୟକ୍ତି ମାନଙ୍କ ମଧ୍ୟରୁ କରୋନା ଲକ୍ଷଣ ରହିଥିବା ବ୍ୟକ୍ତି ମାନଙ୍କର  ସ୍ବାବ ଗୁରୁବାର ଦିନ ପରୀକ୍ଷା ପାଇଁ ନିଆଯିବ ବୋଲି ଜଣାପଡ଼ିଛି ।ଏଣେ ରାଉଳପାଟଣା ଗୁଣ୍ଡିଚା ମନ୍ଦିର ନିକଟରେ ବୁଲାବୁଲି କରୁଥିବା ସଂପୃକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଥିବା ବ୍ୟକ୍ତି ମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ରାଉଳପାଟଣା ବାନରସେନା ସଂଗଠନର  ସଭାପତି ମିଞ୍ଜନ ନାୟକ ନିବେଦନ କରିଛନ୍ତି  ।

 

Nalco
Leave A Reply