Odisha news

ଆଉ ୩ଦିନ ରହିଲା ମାଘ ସପ୍ତମୀ ବୁଡ ‌: ବିଭିନ୍ନ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ 

0
 କୋଣାର୍କ,୧୩।୨ଶୁକ୍ରବାର ପ୍ରତ୍ୟୁଷରୁ  ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରାଯାଉଛି। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମଙ୍ଗଳବାର ସଂଧ୍ୟାରେ ଜିଲ୍ଲାପାଳ ବିଜୟ କୁମାର ଦାଶ ଚନ୍ଦ୍ରଭାଗାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟ ତଦାରଖ କରିଥିଲେ । ତୀର୍ଥ ପୁଷ୍କରିଣୀରେ ପାଣି କମ ରହିଥିବାରୁ ପ୍ରଶାସନ ପାଇଁ ଚିନ୍ତା ବଢି ଯାଇଛି। ବୋରିଙ୍ଗ ସାହାଯ୍ୟରେ ତୀର୍ଥ ପୁଷ୍କରିଣୀରେ ପାଣି ଭର୍ତି ହେଉଛି। ତୀର୍ଥ ପୁଷ୍କରିଣୀରେ ସୁରକ୍ଷା ବ୍ୟବସ୍ଥା, ପରିମଳ, ପାନୀୟ ଜଳ, ଶୌଚାଳୟ, ପାର୍କିଂସ୍ଥଳୀ, ଆଲୋକ ବ୍ୟବସ୍ଥା, ଦୂରଦୂରାନ୍ତରୁ ଆସୁଥିବା ସାଧୁସନ୍ଥ ମାନଙ୍କ ରହଣି ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ପରେ ତୀର୍ଥ ପୁଷ୍କରିଣୀ ପାର୍ଶ୍ଵରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ନିର୍ମାଣଧୀନ ଅସ୍ତାୟୀ ଶୈଚାଳୟ ବୁଲି ଦେଖିଥିଲେ । ମେଳା ପଡିଆ ତଥା ପାର୍ଶ୍ବବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଓ୍ବାଟକୋ ଦ୍ବାରା ବସା ଯାଉଥିବା ଅସ୍ଥାୟୀ ନଳକୂପ ଓ  ସ୍ବଚ୍ଛ ପାନୀୟଜଳର ବନ୍ଦୋବସ୍ତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିଷ୍ପତ୍ତି ଅନୁଯାୟୀ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଶ୍ରଦ୍ଧାଳୁମାନେ ଶାନ୍ତି ଓ ଶୃଂଖଳାର ସହିତ ବୁଡ଼ ପକାଇ ଯାଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀଦାଶ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର, ତହସିଲଦାର ରଞ୍ଜନ ପରିଡା,କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ କୋଣାର୍କ ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ, ମେଳା ସହିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ  କୋଣାର୍କର ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply