Odisha news

ଚତୁର୍ଥ ବାର୍ଷିକ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ।

0
କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଚତୁର୍ଥ ବାର୍ଷିକ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ ଘନଶ୍ୟାମ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ଉପାଧ୍ୟକ୍ଷା ସୁନିତା ସ୍ବାଇଁ, ପ୍ରଫେସର ଡଃ ରେଖା ବିଶ୍ବାଳ, ଶିକ୍ଷାବିତ ସ୍ବପ୍ନେଶ୍ବର ସାହୁ, ଉତ୍କଳ ଶିକ୍ଷା ବିକାଶ ପରିଷଦର ଅଧ୍ୟକ୍ଷ ମଙ୍ଗୁଳି ଚରଣ ମହାନ୍ତି, ସଂପାଦକ ସୁରେନ୍ଦ୍ର କୁମାର ଖୁଣ୍ଟିଆ, ଅଧ୍ୟାପକ ବିନୟ ଭୂଷଣ ମହାନ୍ତି ଓ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଶିକ୍ଷାବିତ ଗୁଣନିଧି ମୁଦୁଲି ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସମୟରେ ବିଜ୍ଞାନର ଦୈନନ୍ଦିନ ଜୀବନରେ ବ୍ୟବହାର ଓ ଉପଯୋଗୀ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୦ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ୨୩୧ ଗୋଟି ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ମୁଦୁଲି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାକେନ୍ଦ୍ରର ଶିକ୍ଷକ ବଳରାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
Leave A Reply