Odisha news

କୋଣାର୍କ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ

0
କୋଣାର୍କ – କୋଣାର୍କ ସ୍ଥିତ ପିକେଡିଏ ମାର୍କେଟ କମ୍ପ୍ଲେକ୍ସ ପରିସରରେ କୋଣାର୍କ ଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ଗତ କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ମା ମହାଲକ୍ଷ୍ମୀଙ୍କ ପୂଜା ସଂପନ୍ନ ହେବା ସହ ଭସାଣୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଲକ୍ଷ୍ମୀ ପୂଜା କମିଟିର ସଭାପତି ସୁରେନ୍ଦ୍ର ସାହୁଙ୍କ ନେତୃତ୍ବରେ ଏହି ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତା ମାନେ ମା ଜଗତ ଜନନୀ ମହାଲକ୍ଷ୍ମୀ ବିସର୍ଜନ ପରେ ଏକ ବିରାଟ ଶୋଭାଯାତ୍ରାରେ ମା ଙ୍କ ପ୍ରତିମୂର୍ତ୍ତି କୂ ନେଇ ପୂରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରିଥିଲେ। ଘଣ୍ଟ ଘଣ୍ଟାର ତାଳେ ତାଳେ ଶୋଭାଯାତ୍ରା ମଧ୍ୟରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଏହି ଭସାଣୀ ଉତ୍ସବରେ କମିଟିର ଉପସଭାପତି ଗଣେଶ ପ୍ରସାଦ ଜେନା, ସଂପାଦକ ମନୋଜ ସେଠ, ସହସଂପାଦକ ରୁଦ୍ର ପ୍ରସାଦ ବେଉରା, କୋଷାଧ୍ୟକ୍ଷ ସ୍ବାଧୀନ ନାୟକ,, କର୍ତା ସୁଶାନ୍ତ ଚିନେରା, କୀର୍ତୀ ମିନତୀ ସାହୁ, ଗୌରାଙ୍ଗ ବିଶ୍ବାଳ, ମହେଶ୍ବର ଖୁଣ୍ଟିଆ, ଶିବରାମ ରାୟ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ଭକ୍ତମାନେ ଏଥିରେ ସାମିଲ ହୋଇଥିଲେ। ଚନ୍ଦ୍ରଭାଗା ସମୁଦ୍ରରେ ମା ମହାଲକ୍ଷ୍ମୀଙ୍କ ମୂର୍ତ୍ତିକୁ ବିସର୍ଜନ କରାଯାଇଥିଲା।
Leave A Reply