କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ କୁରୁଜଙ୍ଗ ଗ୍ରାମପଞ୍ଚାୟତର ଯମଧର୍ମ ସ୍ଥିତ ବୌଦ୍ଧ ବିହାର ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ଓଷ୍ଟା, କାକଟପୁର ପକ୍ଷରୁ ୩୨ତମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହେବା ସହ ନୂତନ କାର୍ଯ୍ୟକାରୀ କମିଟି ଗଠନ କାର୍ଯ୍ୟ ସଂପନ୍ନ କରାଯାଇଛି l ସଂଘର ପୂର୍ବତନ ସଭାପତି ସୁରେଶ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଙ୍ଘର ପୂର୍ବତନ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଶିକ୍ଷା ପ୍ରଦୀପ ର ସମ୍ପାଦକ ଶଙ୍କର ସୁବୁଦ୍ଧି, ଭୋଳିନାଥ ରାଉତ, କୃଷ୍ଣଚନ୍ଦ୍ର ଦାଶ, ପୁରୀ ଜିଲ୍ଲା ସମ୍ପାଦକ ବିଚିତ୍ରାନନ୍ଦ ପାତ୍ର, ବୌଦ୍ଧବିହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଅଜୟ କୁମାର ଆଚାର୍ଯ୍ୟ, ବସନ୍ତ କୁମାର ସ୍ୱାଇଁ, ପ୍ରତାପ କୁମାର ପଲାଇ ଏବଂ ପର୍ଯ୍ୟବେକ୍ଷକ ଭାବେ ପ୍ରଶାନ୍ତ କୁମାର ମହାରଣା, ବସନ୍ତ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ଏହି ସାଂଗଠନିକ ବୈଠକରେ ଗାୟକ ଅତିବଡୀ ମଂଗରାଜ ବିଶ୍ୱାଳ ମଞ୍ଚ ସଂଯୋଜନା କରିଥିଲେ l ନୂତନ କାର୍ଯ୍ୟକାରୀ କମିଟିର ସଭାପତି ଭାବରେ ପ୍ରବୀଣ କୁମାର ସୁବୁଦ୍ଧି, ଉପସଭାପତି ସୁରଥ କୁମାର ବାରିକ ଓ ଯୋଗମାୟା ଦାଶ, ସମ୍ପାଦକ ଭାବରେ ତୃତୀୟ ଥର ପାଇଁ ଗୋପାଳକୃଷ୍ଣ ବାରିକ, ଯୁଗ୍ମ ସମ୍ପାଦକ ଯଜ୍ଞଶ୍ୱର ତ୍ରିପାଠୀ, ବିଜୟଲକ୍ଷ୍ମୀ ମିଶ୍ର ଓ ବିଭୁପ୍ରସାଦ ସାହୁ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ବାବାଜୀ ଚରଣ ଷଡ଼ଙ୍ଗୀ, ସୁରେନ୍ଦ୍ର କୁମାର ସାହୁ, ପର୍ଶୁରାମ ଖଟୋଇ ଓ ଲଷ୍ମୀଧର ପରିଡା, ରାଜ୍ୟ ପରିଷଦ ସଭ୍ୟ ଭାବେ ପଦ୍ମଚରଣ ରାଉତ, ଅଚ୍ୟୁତାନନ୍ଦ ସାହୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କାକଟପୁର ବ୍ଲକ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲା ବେଳେ ସରୋଜ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଜ୍ଞାନେନ୍ଦ୍ର ସେନାପତି, ପ୍ରମୋଦ କୁମାର ପାଇଟାଳ, ବିଶ୍ୱଜିତ ଦାସ, ଜଟାଧାରୀ ସ୍ୱାଇଁ,ନରେନ୍ଦ୍ର କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ l