Odisha news

କୁଶଭଦ୍ରା ନଦୀରେ ପ୍ରଥମ ବନ୍ୟା ଜଳ

0

କୁଶଭଦ୍ରା ନଦୀରେ ପ୍ରଥମ ବନ୍ୟା ଜଳ । ଧସିବା ସ୍ଥାନ ଓ ବିପଦ ସଂଙ୍କୁଳ ବନ୍ଧକୁ ନେଇ ଆତଙ୍କିତ ନଦୀକୂଳବାସୀ । ଗୋପ ତା ୦୪/୦୮ ଗୋପ କୁଶଭଦ୍ରା ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି । ଏହି ବନ୍ୟା ଜଳକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଲାଗିଥିବା ବେଳେ କୁଶଭଦ୍ରା ନଦୀର ତିନିମୁହାଁଣି ନିକଟରେ ଶହେ ଫୁଟ୍ର ବନ୍ଧ ଧସି ସୃଷ୍ଟି କରିଥିବା ବିପଦକୁ ନେଇ ଏବେ ଆତଙ୍କିତ ହୋଇପଡିଛନ୍ତି ଗୋପ ବ୍ଲକର ୭ ଗୋଟି ପଂଚାୟତବାସୀ । ସେହିପରି ଗତ ବର୍ଷ ସୃଷ୍ଟି ହୋଇଥିବା ଘଳିଆ ଏବଂ ମୁକୁଳା ବନ୍ଧ ମରାମତି ହୋଇନଥିବାରୁ ଚିନ୍ତାରେ ପଡିଯାଇଛନ୍ତି ନଦୀକୂଳବାସୀ । ଯଦି କୁଶଭଦ୍ରା ନଦୀରେ ବଡ ବନ୍ୟା ଆସେ ତେବେ ଷୋଳପୁର-ମଦରଙ୍ଗ ରାସ୍ତାର ତିନିମୁହାଁଣି ନିକଟରେ ଧସିଥିବା ବନ୍ଧରେ ଘାଇ ସୃଷ୍ଟି ହେବାର ଆଶଙ୍କା କରାଯାଇଛି । ସେହିପରି କୁଶଭଦ୍ରା ନଦୀର ଧୀରପୁର, ଦିଘାଳୋ, ବିଶରପୁର, କୁଶୁପୁର, ମହାଜନସାହି, ମେଳନପଡିଆ,ବାୟାକୁଦା, ମଲ୍ଲିକସାହି, ବେଦପୁର, ତିନିତିଗର, ବଳରାମଗାଦି, ମଲ୍ଲିଆତୁଠ, ଗଣେଶ୍ୱରପୁର, ମାଟିଆଖାତ, ତରଡାପଡା, ବେଣୀପୁର, ଷୋଳପୁର, ଖଣ୍ଡିଆକୁଦ ଆଦି ବିଭିନ୍ନ ସ୍ତାନରେ ବଡବଡ ଘଳିଆ ସୃଷ୍ଟି ହୋଇ ବିପଦସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଏହି ବିପଦପୂର୍ଣ୍ଣ ସ୍ଥାନ ଗୁଡିକ ଗୁରୁବାର ନିମାପଡା ବିଧାୟକ ସମୀର ରଂଜନ ଦାସ ବୁଲି ଦେଖିବା ସହ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ । ବିପଦପୂର୍ଣ୍ଣ ସ୍ଥାନ ଗୁଡିକୁ ତୀକ୍ଷ୍ନ ନଜର ରଖିବା ସହ ଯେପରି କୌଣସି ସ୍ଥାନରେ ବିପଦ ସୃୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ଗୋପ ଜଳସଂପଦ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ତାଗିଦ୍ କରିଛନ୍ତି । ସେହିପରି ଆଜି ଗୋପ ବିଡିଓ ଦୀପ୍ତିରଣୀ ଦାସ କୁଶଭଦ୍ରା ନଦୀର ତିନିମୁହାଁଣି ନିକଟରେ ଧସିଥିବା ସ୍ଥାନ ପରିଦର୍ଶନ କରିବା ସହିତ ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନ ବୁଲିଦେଖିବା ସହିତ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ବନ୍ୟାକୁ ନେଇ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ୩ ମାସ ତଳେ ନିର୍ମିତ ହୋଇଥିବା ଗାର୍ଡୱଲ ଭୂସୁଡିବା ଘଟଣାକୁ ନେଇ ଅଧିକ୍ଷଣଯନ୍ତ୍ରୀ ବୈକୁଣ୍ଠ ନାଥ ଦଳାଇ ସଂପୃକ୍ତ ଠିକାଦରା ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏଠାରେ ସୁଚନା ଥାଉକି ନଦୀ ବନ୍ଧ ମରାମତି ଓ ସଦୃଢୀକରଣ ନାମରେ ପ୍ରତିବର୍ଷ କୋଟିକୋଟି ଟଙ୍କା ମିଥ୍ୟା ବିଲ୍ କରାଯାଇ ଗୋପ ଜଳସଂପଦ ବିଭାଗ ପକ୍ଷରୁ ଚଳୁ କରାଯାଉଥିବା ଅଭିଯୋଗ ହେଉଛି । ଯାହା ଫଳରେ ବନ୍ଧ ସଦୃଢ ହେବା ପରିବର୍ତ୍ତେ ଦିନକୁଦିନ ଦୁର୍ବଳ ହେବାରେ ଲାଗିଛି ।

 

Leave A Reply