Odisha news

ବାର୍ଡ ପ୍ଲୁ ଆଶଙ୍କା ! କୁକୁଡା ୧ କେଜି ପ୍ରତି ୫୦ ଟଙ୍କା ରେ ବିକ୍ରି କଲେ ଫାର୍ମ ମାଲିକ

0

କୋଣାର୍କ- କୋଣାର୍କ ଥାନା ଠାରୁ ମାତ୍ର ୭ କିମି ଦୂରରେ ଥିବା ସୋରବା ଗା୍ରମ ପଂଚାୟତର ଜହ୍ନିବାଲିଆ ରାସ୍ତା ରେ ଥିବା ଫାର୍ମ ହାଉସରେ କୁକୁଡା କିଲୋ ପ୍ରତି ୫୦ ଟଙ୍କାରେ ବିକ୍ରି ହେଉଥିବା ବୁଧବାର ଦିନ ଦେଖିବାକୁ ମିଳିଥିଲା ।ଏତେ ଶସ୍ତା ରେ କୁକୁଡା ନେବା ପାଇଁ ସୋରବା ପଂଚାୟତର ଅଧିବାସୀ ଙ୍କ ସହ ଏହାର ଆଖପାଖ ଅଂଚଳ ଯଥା ନୂଆହାଟ,ତିରୁଣା,ଗୋପ,କାକଟପୁର ଓ କୋଣାର୍କ ଅଂଚଳ ର କିଛି ବ୍ୟବସାୟୀ ମାନେ ଏଠାକୁ ଆସି କୁକୁଡା ନେବା ପାଇଁ ଲମ୍ବା ଲାଇନ କରିଥିବାର ଦେଖାଯାଇଥିଲା ।

ଏହି ଫାର୍ମ ରେ କିଛି କୁକୁଡା ରୋଗଗ୍ରସ୍ଥ ହୋଇ ମରିଥିଲେ । ସେଗୁଡିକ ଫାର୍ମ ମାଲିକ କାହାକୁ କିଛି ନଜଣାଇ ପୋତିଦେବା ସହ ଅବଶିଷ୍ଟ କୁକୁଡା ଗୁଡିକ ବେପାରୀ ସହ ସାଧାରଣ ନିରିହ ଲୋକଙ୍କୁ କେଜି ୫୦ ହିସାବରେ ବିକି୍ର କରୁଛନ୍ତି ବୋଲି ବିଶେଷ ସୂତ୍ର ରୁ ଖବର ମିଳେ ।ଲୋକଙ୍କ ସଂଖ୍ୟା ଫାର୍ମ ଫାଖରେ ଏତେ ମାତ୍ରା ରେ ବଢିଯାଇଥିଲା ଯେ ଉକ୍ତ ଫାର୍ମର ମାଲିକ ଟୋକନ ବ୍ୟବସ୍ଥା କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟରେ ଗତ କିଛି ଦିନ ତଳେ ବାର୍ଡ ଫ୍ଲୁ ହୋଇ କୁକୁଡା ମରା ଅଭିଯାନ ସରକାରଙ୍କ ତରଫରୁ ଚାଲିଥିବା ବେଳେ ଗା୍ରମାଂଚଳରେ ଥିବା ଏଭଳି ଏକ ଫାର୍ମରେ ଏତେ ଶସ୍ତା ରେ ଫାର୍ମ ମାଲିକ ଓ ଦାନା ଯୋଗାଉଥିବା କମ୍ପାନୀର କିଛି କର୍ମଚାରୀ ଜାଣିଶୁଣି ଶସ୍ତା ରେ କୁକୁଡା ବିକି୍ର କରିବା ସହ ସାଧାରଣ ନିରୀହ ଲୋକ ମାନଙ୍କୁ ମରଣ ମୁହଁ କୁ ଠେଲି ଜୀବନ ସହ ଖେଳୁଛନ୍ତି ବୋଲି ଅଂଚଳର ବୁଦ୍ଧିଜିବୀ ମାନେ ମତ ଦିଅନ୍ତି ।ଏବଂ ଉକ୍ତ ଫାର୍ମର କୁକୁଡା ଗୁଡିକର ରକ୍ତ ନମୂନା ପରୀକ୍ଷା ପାଇଁ ସେମାନେ ଦାବି କରିଛନ୍ତି । ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଭୂବନେଶ୍ୱର ଓ ଏହାର ଆଖପାଖ ଫାର୍ମ ମାନଙ୍କରୁ ରାତାରାତି କୁକୁଡା ଅଣାଯାଇ ସୋରବା ଅଂଚଳରେ ଥିବା ଗାଉଁଲି ଫାର୍ମ ମାନଙ୍କରେ ବିକି୍ର କରାଯାଉଥିବା ସେ ଅଂଚଳର ଜଣେ ସଚେତନ ନାଗରିକ ନିଜନାମ ଗୋପନ ରଖି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଏହି ବିଷୟରେ ଫାର୍ମର ମାଲିକଙ୍କୁ କୁକୁଡା ଏତେ ଶସ୍ତା ରେ ଦେବାର କାରଣ ପଚାରିବାରୁ ସେ କୁହନ୍ତି ଆମକୁ କମ୍ପାନୀ ଦାନା ଯୋଗାଇ ପାରୁନି ତେଣୁ ଆମର କ୍ଷତି ହେଉଥିବାରୁ ଆମେ ଶସ୍ତା ରେ କେଜି ପ୍ରତି ୫୦ ଟଙ୍କା ହିସାବରେ କୁକୁଡା ଦେଇଅଛୁ । କିନ୍ତୁ ଯେଉଁ ଫାର୍ମ ରେ କୁକୁଡା ଗୁଡିକ ଶସ୍ତା ରେ ମିଳୁଛି ସେହି ଫାର୍ମର ନାମ ଫଳକ ନଥିବା ସହ ସେଠାରେ ଯେତିକି ପରିମାଣ ର କୁକୁଡା ରହିବା କଥା ତାହା ଠାରୁ ଢେର ଅଧିକା ପରିମାଣ ର କୁକୁଡା ସେଠାରେ ଥିବାର ଦେଖାଯାଇଥିଲା । ଯାହା ପାଇଁ ସାଧାରଣରେ ସନେ୍ଦହ ସୃଷ୍ଟି ହେବା ସହ କୁକୁଡା ଗୁଡିକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କୁ ଏଡାଇ ଦିଆଯାଇନପାରେ । ତେଣୁ ପୁରୀ ଜିଲ୍ଲାପାଳ ଶୀ୍ର ବଲ୍ଲବନ୍ତ ସିଂ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଉକ୍ତ କୁକୁଡା ଫାର୍ମ କୁ ସିଲ କରିବା ସହ ଏହାର ରକ୍ତ ନମୂନା ପରୀକ୍ଷା ପାଇଁ ନିଦେ୍ର୍ଦଶ ଦେଇ ଲ୍ୟାବୋଟୋରୀ କୁ ପଠାଇବାକୁ ସଚେତନ ନାଗରିକ ମାନେ ଦାବି କରିଛନ୍ତି ।

Leave A Reply