Odisha news

ବିପଦକୁ ଡାକୁଛି ଭଙ୍ଗା ବିଦ୍ୟୁତ ଖୁଣ୍ଟ

0

ହାଟଡ଼ିହି-ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମରେ ଭଙ୍ଗା ବିଦ୍ୟୁତ ଖୁଣ୍ଟକୁ ବାଉଁଶ ଠେକା ଦିଆଯାଇ ବିଦୁ୍ୟତ୍ ସରବରାହ କରାଯାଉଥିବାରୁ ଏହା ବିପଦକୁ ବରଣ କରୁଛି ଲୋକେ କହୁଛନ୍ତି । କେତେବେଳେ ଯେ ଭାଙ୍ଗି ପଡିବ ତାହା କହି ହେବନି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଦୁ୍ୟତ ବିଭାଗର କର୍ମଚାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି ।

ଗ୍ରାମର ମଝିସାହିରେ ଥିବା ଏକ ପୁରୁଣାବିଦ୍ୟୁତ ଖୁଣ୍ଟର ମୁଳ ନଷ୍ଟ ହୋଇଯିବାରୁ ତାହା ଗତ ବର୍ଷେ ହେଲା ଶୋଇଯାଇଥିଲା । କାହା ଉପରେ କେତେବେଳେ ଖୁଣ୍ଟି ଭାଙ୍ଗି ପଡିବ ଏହି ଆଶଙ୍କାରେ ଗ୍ରାମର କିଛି ବ୍ୟକ୍ତି ଦୁଇଟି ବାଉଁଶ ଠେକାଦେଇ ଖୁଣ୍ଟଟିକୁ ଅଟକାଇ ରଖି ବିଦୁ୍ୟତ ବିଭାଗର ଅଧିକାରୀଙ୍କୁ ସୁଚନା ଦେଇଥିଲେ । କିନ୍ତୁ ବିଦୁ୍ୟତ ବିଭାଗର ଅଧିକାରୀ ମାନେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି ।

ପବନ ଟିକିଏ ହେଲେ ଖୁଣ୍ଟଟି ଦୋହଲୁ ଥିବାରୁ କେତେବେଳେ ଯେ କାହା ଉପରେ ପଡି ଧନଜୀବନ କ୍ଷତି ନକରିବ ସେନେଇ ଆଶଙ୍କା ଦେଖା ଦେଇଛି । ଏଣୁ ବିଦ୍ୟୁତ ବିଭାଗ ପକ୍ଷରୁ ତୁରନ୍ତ ଏହି ବିପଦଶଙ୍କୁଳ ଖୁଣ୍ଟଟିକୁ ପରିବର୍ତ୍ତନ କରି ନୁତନ ଖୁଣ୍ଟ ବସାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave A Reply