ପିପିଲି-ସାରା ବିଶ୍ୱରେ କରୋନା ଭାଇରସ ଚିନ୍ତାର କାରଣ ପାଲଟିଛି । ଏହାର ପ୍ରତିକାର ପାଇଁ ସାରା ଦେଶରେ ବିଭିନ୍ନ ସଂଗଠନ ତରଫରୁ ସଚେତନା କରାଯାଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ବିଭିନ୍ନ ସଂଗଠନ ମାନଙ୍କୁ ସହଯୋଗର ହାତ ବଢାଇଛନ୍ତି । ତେବେ କରୋନା ଭାଇରସ ପ୍ରତିକାର ସଚେତନତା ପାଇଁ ବୁଧବାର ଦିନ ଭୁବନେଶ୍ୱରରୁ ପୁରୀ ଅଭିମୁଖେ କଳିଙ୍ଗ ଡେୟାର ଡେଭିଲ ସଂଗଠନ ପକ୍ଷରୁ ସଚେତନା ସାଇକେଲ ରାଲି ବହାରି ଥିଲା ।
କଳିଙ୍ଗ ଡେୟାର ଡେଭିଲ ସଂଗଠନର ସଭାପତି ତଥା ଦୁଇଥର ଗିନିଜ ବୁକ୍ ରେ ସ୍ଥାନ ପାଇଥିବା ଡଃ ସତ୍ୟପ୍ରୀୟ ପ୍ରଧାନଙ୍କ ନେତୃତ୍ୱରେ ଏହି ସଚେତନତା ସାଇକେଲ ରାଲି ହେଉଥିବା ବେଳେ ଏହାକୁ ପିପିଲିର ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ପିପିଲି ଜାଗୃତୀ ସାଂସ୍କୃତିକ ଯୁବ ସଂଗଠନ ର ସଭାପତି ପ୍ରଭାତ କୁମାର ମହାପାତ୍ର ,ସ୍ୱଚ୍ଛାସେବୀ ମହମ୍ମଦ ଜାମିଲ ଅକ୍ତର ଙ୍କ ଆହ୍ୱାନରେ ଦିନ-ଇ-ଇଲ୍ଲାହି ଏଜୁକେସନାଲ ଆଣ୍ଡ ୱଲଫେୟାର ଟ୍ରଷ୍ଟର ସଭାପତି ସଖାୱତ୍ ଖାଁ , ପୁରୀ ନେହେରୁ ଯୁବ କେନ୍ଦ୍ର ର ସଦସ୍ୟ ,ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନ, ବରିଷ୍ଠ ନାଗରିକ ଓ ବିଜୁ ଯୁବ ବାହିନୀ ସଭାପତି ଫାଜଲ ଖାଁ ,ପୂର୍ବତନ ଏନଏସି ଅଧ୍ୟକ୍ଷ ସେକ୍ ବାବୁ ଙ୍କ ସମେତ ଯୁବକ ମାନେ ପିପିଲି ବଜାର ପତିତପାବନ ମନ୍ଦିର ନିକଟରେ ଏକତ୍ର ହୋଇ ଏହି ସଚେତନତା ସାଇକେଲ ରାଲିରେ ଆସିଥିବା ଡଃ ସତ୍ୟପ୍ରୀୟ ପ୍ରଧାନ,ନୃସିହ ଚରଣ ପଣ୍ଡା ଓ ସମସ୍ତ କଳିଙ୍ଗ ଡେୟାର ଡେଭିଲ ସଂଗଠନର ସଦସ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଫୁଲ ମାଳ ପିନ୍ଧାଇ ସ୍ୱାଗତ କରିଥିଲେ ।
ସ୍ୱାଗତ ସମୟରେ ଡଃ ସତ୍ୟପ୍ରୀୟ କରୋନା ଭାଇରସ ପ୍ରତିକାର ପାଇଁ ଜନସାଧାରଣ ମାନଙ୍କୁ ସଚେତନତା ର ବାର୍ତ୍ତା ଦେଇ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ।