Odisha news

ନାବାଳିକା ବିବାହ ରୋକିଲା ପ୍ରଶାସନ।

0

ତେନ୍ତୁଳିଖୁଣ୍ଟି:-ନବରଙ୍ଗପୁର ଜିଲ୍ଲା  ପ୍ରଶାସନ ପକ୍ଷରୁ ତରଫରୁ ନାବାଳିକା ବିବାହ ବନ୍ଦ କରିଛନ୍ତି। ଉଭୟ ବର ଓ କନ୍ୟା ପକ୍ଷ, ଗ୍ରାମବାସୀ, ଓ୍ବାଡ ସଭ୍ୟ, ସମିତିସଭ୍ୟାଙ୍କ ସହ ଆଲୋଚନା କରି ବିବାହକୁ ରୋକାଯାଇପାରିଛି। ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳରେ ୧୭ ବର୍ଷ ୫ ମାସର ଏକ ନାବାଳିକା ଝିଅକୁ ବିବାହ ପାଈଁ ଡଙ୍ଗରଭେଜାର ଯୁବକ ସହ ପ୍ରସ୍ତୁତି ଚାଲିଥିବା ଶୁଣିବାକୁ ପାଇଥିଲେ ପ୍ରଶାସନ।

ଏହି ସମୟରେ ନବରଙ୍ଗପୁର ଜିଲ୍ଲାପାଳ ଡ ଅଜିତ କୁମାର ମିଶ୍ରଙ୍କୁ ଫୋନ ଯୋଗେ ଜଣାଇ ଥିଲେ। ସଙ୍ଗେ ସଙ୍ଗେ ଡ ମିଶ୍ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକଙ୍କୁ ଘଟଣା ସମ୍ପର୍କରେ ଜଣାଈ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ନବରଙ୍ଗପୁର ପୁଲିସ ଏଏସଆଈ ଅଶୋକ କୁମାର ଦେଓ, ନନ୍ଦାହାଣ୍ଡି ସିଡିପିଓ ବିନୋଦିନୀ ପଟ୍ଟନାୟକ, ଚକ୍ରଧର ନାୟକ, ରମା ପଟ୍ଟନାୟକ, ରମା ପଟ୍ଟନାୟକ, ବାବିଲନୀ ସ୍ବାଈଁ, ଗ୍ରେସି ଖୁରା ପ୍ରମୁଖ କନ୍ୟା ଘରକୁ ପହଞ୍ଚି ଥିଲେ। ସମସ୍ତଙ୍କୁ କଥା ହେବା ପରେ ବର ଯାତ୍ରୀକୁ ରୋକାଯାଈଥିଲା।

ଝିଅକୁ ୧୮ ବର୍ଷ ପୁରିଯାଈଥିବା ନାବାଳିକା ବାପା କହିଥିଲେ। ଏହା ପରେ ଆଧାର କାର୍ଡ ଓ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଜରିଆରେ ଜଣାପଡିଲା ଯେ ନାବାଳିକା ବୋଲି। ୧୮ ବର୍ଷ ପୁରିବାକୁ ଆହୁରି ୩ ମାସ ବାକି ରହିଛି। ୯ମ ପାଠ ସାରି ୫ବର୍ଷ ହୋଈସାରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ଜୋର ଜବର ଦୋସ୍ତୀ ବିଭାହ କଲେ ଶିଶୁ ସୁରକ୍ଷା ବିଭାଗ ଓ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଥିଲା। ଉଭୟ ପକ୍ଷରୁ ଏକ ବୁଝିମଣା ସ୍ବାକ୍ଷର କରି ୧୮ ନ ହେବା ଯାଏଁ କନ୍ୟାକୁ ବାହାଘର ନ କରିବାକୁ କୁହାଯାଇଛି। ଏହି ସମୟରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷ୍ୟ ଦିବାକର ବାହୁକ, ଦିବ୍ୟଦାନ ସୁନା ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Leave A Reply