କୋଣାର୍କ- ବୁଧବାର ପୂର୍ବାହ୍ନ ଏନ. ଡ଼ିଆର. ଏଫ ପକ୍ଷରୁ କୁଶଭଦ୍ରା ରାମଚଣ୍ଡୀ ନଦୀର ମୁହାଣରେ ଆୟୋଜିତ ହୋଇଛି ବିଶ୍ୱ ସ୍ତରୀୟ ଦ୍ୱିତୀୟ ବିମଷ୍ଟେକ ତାଲିମ ଶିବିର । ଏହି ଶିବିରରେ ଭାରତ ସମେତ ବିଶ୍ୱର ୬ଟି ଉପକୂଳବର୍ତି ଦେଶ ଯୋଗଦେଇ ପା୍ରକୃତିକ ବିପର୍ଯ୍ୟୟ ସମୟରେ କିପରି ଧନଜୀବନ ଓ ଏ÷÷ତିହ୍ୟ କୀର୍ତି କୁ ସୁରକ୍ଷା ଦିଆଯାଇପାରିବ ତାହା ପ୍ରଦର୍ଶିତ କରିଥିଲେ । ଏଥିରେ କେନ୍ଦ୍ର ଗୃହ ରାଷ୍ଟମନ୍ତ୍ରୀ ଶୀ୍ର ନିତ୍ୟାନନ୍ଦ ରାଏ ଯୋଗଦେଇ ଏହି ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାସହ ଏନ. ଡି .ଆର .ଏଫ ର ଏଭଳି ଆୟୋଜନକୁ ସେ ପ୍ରଶଂସା କରିଥିଲେ । ବିଶ୍ୱର ତାପମାତା୍ର ବଢିବା ଓ ଜଳବାୟୁ ପରିବର୍ତନ ହେବା ଦ୍ୱାରା ସୁନାମୀ,ବାତ୍ୟା,ବନ୍ୟା ଓ ଭୁକମ୍ପ ଭଳି ପା୍ରକୃତିକ ବିପର୍ଯ୍ୟୟ ଘଟି ବହୁ ଧନଜୀବନ କ୍ଷୟକ୍ଷତି ହେଉଛି ଏହି ସମୟରେ କିଭଳି ବିପଦକୁ ସାମ୍ନା କରି ବର୍ତି ହେବ ଏବଂ ଧନଜୀବନକୁ ରକ୍ଷା କରିହେବ ସେଥିପାଇଁ ବିଭିନ୍ନ ଦେଶ ରୁ ଆସିଥିବା ପ୍ରତିନିଧୀ ମାନେ ରାମଚଣ୍ଡୀ ନଦୀରେ ସେମାନଙ୍କର ରଣ କୌଶଳ ପ୍ରଦର୍ଶନ କରିଥିଲେ । ବିଶେଷ କରି ପୁରୀ ଓ କୋଣାର୍କ ଭଳି ଏ÷÷ତିହ୍ୟ ସ୍ଥଳୀ ଗୁଡିକୁ ସୁନାମୀ,ବାତ୍ୟା ଓ ବନ୍ୟା ସମୟରେ କିପରି ସୁରକ୍ଷା ଦେଇହେବ ଯାହା ଏନ. ଡି .ଆର. ଏଫ ଟିମ ଦ୍ୱାରା ରାମଚଣ୍ଡୀ ନଦୀ ଓ ସମୁଦ୍ର ବେଳାଭୂମିରେ ବିଶ୍ୱପ୍ରସିଦ୍ଧ କୋଣାର୍କର ପ୍ରତିଛବି ସହ ସମୁଦ୍ର ତଟ ବର୍ତି ରେ ଅବସ୍ଥିତ ଗା୍ରମ,ହୋଟେଲ,ଶିକ୍ଷାନୁଷ୍ଟାନ,ବ୍ୟାଙ୍କ ର ପ୍ରତିଛବି କୁ ସ୍ଥାନ ଦିଆଯାଇ ପା୍ରକୃତିକ ବିପର୍ଯ୍ୟୟ ସମୟରେ କିପରି ପ୍ଲାଷ୍ଟିକ ଡ୍ରମ,କଦଳୀ ଭାରା,ଶୁଖିଲା ନଡିଆ,ରବର ଟୂ୍ୟବ ବ୍ୟବହାର କରି ଲୋକମାନ ଙ୍କ ସହ ସେମାନଙ୍କ ଗୃହପାଳିତ ଜୀବ ବିପଦକୁ ସମ୍ନା କରି ବର୍ତିପାରିବେ ବୋଲି ତାହାକୁ ଏନ .ଡି .ଆର .ଏଫ ର ପ୍ରତିନିଧୀ ମାନେ ଭରା ନଦୀରେ ପ୍ରଦର୍ଶନ କରିଥିଲେ ।ଏଠାରେ ସୂଚନା ଥାଉକି ମହାସାଗରୀୟ ଗବେଷଣା କେନ୍ଦ୍ର ସୂଚନା ଅନୁସାରେ ପୃଥୀବିରେ ଜଳବାୟୁ ପରିବର୍ତନ ଯୋଗୁଁ ଆଗାମୀ ଦିନରେ ଉପକୂଳ ଅଂଚଳ ମାନଙ୍କରେ ବଡ ଧରଣ ର ବାତ୍ୟା,ବନ୍ୟା କିମ୍ବା ସୁନାମି ଆସିବାର ସମ୍ଭାବନା ଥିବାରୁ ଏଥିରୁ ବର୍ତିବା ପାଇଁ ଏବେଠାରୁ ବିଶ୍ୱର ବିଭିନ୍ନ ଦେଶର ମିଳିତ ସହଯୋଗରେ ପ୍ରସ୍ତୁତି କରାଯାଉଛି ।ଯାହା ବିଶ୍ୱର ୬ଟି ଦେଶ ଯଥା ଭାରତ,ଶୀ୍ରଲଙ୍କା,ଭୂଟାନ,ବାଲାଂଦେଶ,ମିଆଁମାର ପ୍ରମୁଖ ସାମିଲ ହୋଇ ପା୍ରକୃତିକ ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।