କୋଣାର୍କ:୧୫/୭କରନା ମହାମାରୀ ର ପ୍ରବାହରେ ବିଗିଡି ଯାଇଥିବା ରାଜ୍ୟଅର୍ଥିକ ଅବସ୍ଥା କୁ ପୁଣି ବାଟକୁ ଆଣିବା ପାଇଁ ରାଜ୍ୟସରକାରଙ୍କ ପକ୍ଷତୁ ବିଭିନ୍ନ ବିଭାଗ ଅଣ୍ଟା ଭିଡିଥିଲାବେଳେ,ରାଜ୍ୟ ପର୍ଯ୍ୟଟନ ବିଭାଗ ଓଡିଶା କୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉଦେଶ୍ୟ ନେଇ ଅନେକ ନୂତନ ଯୋଜନା ହାତକୁ ନେଇଥିବା ଜଣାପଡିଛି ।ଚନ୍ଦ୍ରଭଗା ଉପକୂଳରେ ଓଡିଶା ପର୍ଯ୍ୟଟନ ବିଭାଗପକ୍ଷରୁ ପ୍ରାଥମିକ ପରୀକ୍ଷା ମୂଳକ ଭାବେ ଇକୋଟୁରିଜିମି ଇକୋରିଟ୍ରିଟ କରି ସଫଳତା ହାସଲ କରିବା ପରେ ଏବେ ଏହି ଚନ୍ଦ୍ରଭଗା ଉପକୂଳରେ ପର୍ଯ୍ୟଟକଙ୍କ ପାଇଁ ସବୁଦିନିଆ ସମୁଦ୍ରକୂଳରେ ମଦପିଇବାର ମଜା ଉଠାଇବ ପାଇଁ ରାଜ୍ୟପାର୍ଯ୍ୟଟନ ବିଭଗ ପକ୍ଷରୁ ଏକ ଯୋଜନା ହାତକୁ ନେଇ ଓଟିଡିସି ସହାୟତାରେ ଏଠାରେ ୫ ଗୋଟି ଇକୋ- ବିଚିବାର(ସ୍ୟାକ) ଖୋଲିବା ସହ ଅନରୁପ ଭାବେ ଓଡ଼ିଶାର ଅନ୍ୟ ୫ଗୋଟି ସମୁଦ୍ର କୂଳରେ ଚନ୍ଦ୍ରଭାଗା କୁ ନେଇ ସମୁଦାୟ ୨୦ ଗୋଟି ଖୋଲିବା କୁ ନିଷ୍ପତି ନେଇଥିବା ବିଶେଷ ସୂତ୍ର ରୁ ଜଣା ପଡ଼ିଛି।ପରିବେଶ ଭିତିକ ଏହି ବାର ଗୁଡିକ ସମ୍ପୁର୍ଣ ଭାବେ ପରିବେଶ ଉପଯୋଗୀ ସାମଗ୍ରୀ ଯଥା ବାଉଁଶ ଓ କାଠ ଭଳି ଅନ୍ୟନ ଅସ୍ଥାୟୀ ସାମଗ୍ରୀ କୁ ନେଇ ଏହି ବିଚିବାର(ସ୍ୟାକ) ର କୁଟୀର ଗୁଡିକ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଯାଇ ତିଆରି କରାଯିବା ସହିତ ବେଳାଭୂମି ର ପରିବେଶ ଯେପରି କୌଣସି କ୍ଷତି ନ ହେବ ସେଥିପାଇଁ ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେବାପାଇଁ ବ୍ୟବସ୍ଥା ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଥିବା ଜଣାପଡିଛି।ଉକ୍ତ ଇକୋ- ବିଚିବାର(ସ୍ୟାକ) ଗୁଡିକୁ ରାଜ୍ୟର ବିଭିନ୍ନ ଦକ୍ଷତା ଥିବା ଅନୁଭତି ପୂର୍ଣ ବେସରକାରୀ ସଂସ୍ଥା ଗୁଡିକୁ ସରକାରଙ୍କ ନିର୍ଧାରିତ ଗାଇଡିଲାଇନି କୁ ନେଇ ୩ ବର୍ଷ ଲାଗି ଲିଜି ସୂତ୍ରରେ ଏହାର ପରିଚାଳନା ଦାଇତ୍ୱ ଦିଆଯିବାପାଇଁ ନିଷ୍ପତି ନିଆଯାଇଛି।ଏହି ବାର ଗୁଡିକ ନିର୍ମାଣ ନିମନ୍ତେ ଆବଶ୍ୟକ ଜମି ଓ ଏହାର ନିର୍ମାଣ,ଆଲୋକ ବ୍ୟବସ୍ଥା ସହିତ ବର୍ଜ୍ୟବସ୍ତୁ ପରିଚାଳନା,ପାନୀୟ ଜଳର ବ୍ୟବସ୍ଥା ସହିତ ,ସ୍ୱରେଜ ର ବ୍ୟବସ୍ଥା ରାଜ୍ୟ ପର୍ଯ୍ୟଟନ ବିଭାଗର ଓଟିଡିସି ପକ୍ଷରୁ କରାଜୀବା ସହିତ ଉକ୍ତ ଇକୋ-ବିିିିଚବାର(ସ୍ୟାକ) ଗୁଡିକୁ ଓଟିଡିସି ଲାଇସେନ୍ସ ରେ ସମସ୍ତ ମଦ ଯୋଗାଇଦିଆଜିବ ବୋଲି ଜଣାପଡିଛି ।ଫଳରେ ଓଟିଡିସି ନିଜର ଅର୍ଥିକ ମାନ୍ଦା ଅବସ୍ଥାରୁ ଏଥିରୁ ନିଜକୁ ମୁକୁକାଇ ପାରିବ।ଏହି ଇକୋ- ବିଚି ବାର(ସ୍ୟାକ) ଗୁଡିକରେ ପର୍ଯ୍ୟଟନ ଙ୍କ ମନୋରଞ୍ଜନ ପାଇଁ ଏହାକୁ ରଙ୍ଗିନୀ ଆଲୋକ ରେ ସଜିତ କରାଯିବ ସହିତ ମଧୁର ସଙ୍ଗୀତ ଓ ନୃତ୍ୟର ବ୍ୟବସ୍ଥା ସହିତ ପର୍ଯ୍ୟଟକଙ୍କକୁ ବିଭିିିନ ସୁସ୍ୱାଦୁ ଖାଦ୍ୟ ପରିବେଷଣ କରିବା ସହିତ ଗୋଆ ସମୁଦ୍ରତଟ ପରି ଅନୁଭୂତି ପରି ବ୍ୟବସ୍ଥା ଲିଜି ସୂତ୍ର ରେ ନେଇଥିବା ଉକ୍ତ ବେସରକାରୀ ପରିଚାଳନାସଂସ୍ଥା ମାନେ ବ୍ୟବସ୍ଥା କରିବାର ରହିଛି ।ଏନେଇ କୋଣାର୍କ୍ ପୁୁରୀ ବେଳାମାର୍ଗରେ ଓଟିିିଡିସି ପକ୍ଷରୁ ୫ଗୋଟି ସ୍ଥାନ ଚିହ୍ନଟ କରାଯାଇଥିିିବା ଜଣାପଡ଼ିଛି।ଖୁବସିିଗ୍ର ନିର୍ମାଣ କାର୍ଯ୍ୟ କରାଯାଇ ଆବେଦନ କରି ଥିବା ବେେସରକାରୀସଂସ୍ତ୍ଥ୍ ମାନକୁ ଚୟନ କରାଯାଇ ୩ ବର୍ଷ ପାଇଁ ଲିଜି ରେ ଦିିିିଆ ଯିବ ।
Comments are closed.