Odisha news

ରେଡ ୱାଇନ ନା ହ୍ୱାଇଟ ୱାଇନ : ଜାଣନ୍ତୁ ଆପଣଙ୍କ ଶରୀର ପକ୍ଷରେ କେଉଁ ୱାଇନ ଲାଭଦାୟକ ଓ କଣ କହୁଛି ଗବେଷଣା

ଅନେକ ଗବେଷଣା ରୁ ଜଣା ପଡିଛି ଯେ  ୱାଇନ ସେବନ କରିବା ହୃତ୍ପିଣ୍ଡ ପାଇଁ ଲାଭଦାୟକ l ଏହା ମଧ୍ୟ କୁହାଯାଇଛି ଯେ  ୱାଇନ ସେବନ କରିବା ଦ୍ୱାରା ଟାଇପ ୨ ମଧୁମେହ ପାଇଁ ଲାଭଦାୟକ ହୋଇଥାଏ l କିନ୍ତୁ ସ୍ୱାସ୍ଥ୍ୟ ଗତ ଦୃଷ୍ଟିରୁ କେଉଁ  ୱାଇନ ଆପଣଙ୍କ ପାଇଁ ଲାଭ ଦାୟକ ତାହା ଆସନ୍ତୁ ଜାଣିବା l ଆମ ମାନଙ୍କ ମଧ୍ୟରୁ କିଛି ଲୋକ ସପ୍ତାହକୁ ଥରଟିଏ ହେଉ ପଛକେ ୱାଇନ ସେବନ କରିଥାଆନ୍ତି l ସାଧାରଣତଃ ୱାଇନ ୨ପ୍ରକାରର l  ଗୋଟିଏ ହେଲା ରେଡ  ୱାଇନ ଓ ଅନ୍ୟଟି ହେଉଛି ହ୍ୱାଇଟ  ୱାଇନ l

* ହ୍ୱାଇଟ  ୱାଇନ ହୃଦୟ ଜନିତ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ l ଏହା ହୃଦୟ ରୋଗ ସମସ୍ୟାକୁ କମ କରିଥାଏ l କିନ୍ତୁ ରେଡ  ୱାଇନ ରେ ତା ଠାରୁ ଅଧିକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ ରହିଛି l ଯାହାକୁ ରେସ୍ବେରାଟ୍ରଲ ଭାବରେ ଜଣା ଯାଏ l ଏହା ଆପଣଙ୍କ ରକ୍ତ ବାହିକା ଗୁଡିକୁ ରକ୍ଷା କରିଥାଏ ଓ ରକ୍ତ ସଂଚାଳନ ସଠିକ ଭାବରେ କରିଥାଏ l ରେସୱେରାଟ୍ରାଲ ଶରୀରରେ ଖରାପ କୋଲେଷ୍ଟ୍ରଲ କୁ କମ କରିଥାଏ ଓ ଭଲ କୋଲେଷ୍ଟ୍ରଲ କୁ ବଢ଼ାଇଥାଏ l ରେଡ  ୱାଇନ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l

* ହ୍ୱାଇଟ ୱାଇନ ର ବିପରୀତ ରେଡି ୱାଇନରେ ପୋଲିଫେନୋଲସ ରହିଛି l ଯାହା ଏଜିଙ୍ଗ ପ୍ରଭାବକୁ କମ କରିଥାଏ l ପ୍ରତିଦିନ କିଛି ରେଡ ୱାଇନ ପୀଇବା ଦ୍ୱାରା ଆପଣଙ୍କ ତ୍ୱଚା ସୁନ୍ଦର ରହିବ l ରେଡ  ୱାଇନ ଆପଣଙ୍କ ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିଥାଏ l

* ୨ଟି  ୱାଇନ ରେ କ୍ୟାଲୋରୀ ସମାନ ଭାବରେ ରହିଛି l ଗୋଟିଏ ସର୍ଭିଙ୍ଗ ରେଡ  ୱାଇନରେ ୧୨୫ – ୧୩୦ କ୍ୟାଲୋରୀ ରହିଛି l ହ୍ୱାଇଟ  ୱାଇନରେ ୧୨୧ କ୍ୟାଲୋରୀ ରହିଛି l

* ରେଡ  ୱାଇନରେ ହ୍ୱାଇଟ  ୱାଇନ ତୁଳନାରେ ସିଲିକନ ଉଚ ମାତ୍ରାରେ ରହିଥାଏ l ଯାହାର ଅର୍ଥ ଏହା ହାଡର ଘନତ୍ଵ କୁ ବଢ଼ିଥାଏ ଓ ଅଷ୍ଟ୍ରିୟପୋରୋସିସ ର ସମ୍ଭାବନାକୁ କମ କରିଥାଏ l

Comments are closed.