ପୁରୀ,୧୫/୭-ଆସନ୍ତା ୧୭ ତାରିଖ ଦିନ ତିନି ରଥର ଦକ୍ଷିଣ ମୋଡ ହେବ । ଏହା ପୂର୍ବରୁ ବୈଷୟିକ କମିଟି ପକ୍ଷରୁ ରଥ ଗୁଡିକ ଯାଂଚ କରାଯାଇଛି । ଯାଂଚ ସମୟରେ ପ୍ରଭୁ ବଳଭଦ୍ର ଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରା ଙ୍କ ଦର୍ପଦଳନ ରଥ ର ଗୋଟିଏ ଲେଖାଏଁ ଚକ ରେ ସାମାନ୍ୟ ଫାଟ ଦେଖିବାକୁ ମିଳିଥିଲା । ସେହିପରି ମହାପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥର ପ୍ରଭା ରେ ଫାଟ ରହିଥିବା ଜଣାଯାଇଥିଲା । ତିନି ରଥରେ ଦେଖାଦେଇଥିବା ଏହି ଫାଟକୁ ମରାମତି କରାଯାଉଛି । ପୂର୍ବତଟ ରେଳବାୟୀ ର ସ୍ୱତନ୍ତ୍ର ଟେକନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶ କୁ ଜଗ୍ ଲଗାଇ ଟେକି ଧରିବା ଫଳରେ ମରାମତି କାର୍ଯ୍ୟ ସହଜ ହୋଇଛି । ୧୦ ଜଣ ମହାରଣା , ୬ଜଣ ଭୋଇ ସେବକ ଓ ୩ଜଣ କମାର ସେବକ ଏହାର ମରାମତି କାର୍ଯ୍ୟ କରୁଛନ୍ତି ।
Comments are closed.