Odisha news

ପଇଡ ବ୍ୟବସାୟୀଙ୍କ ମହାନତା, ପର୍ଯ୍ୟଟକଙ୍କ ମନି ପର୍ସ ପାଇ ଫେରାଇଲେ

0
କୋଣାର୍କ : ଶନିବାର ଦିନ କୋଣାର୍କ ବୁଲିବାକୁ ଆସିଥିବା ବାଙ୍ଗାଲୋର ତ୍ୟାଗରାଜ ନଗରର ମାନସା  ତାଙ୍କ ସ୍ୱାମୀ ଓ ଝିଅ  ସୂର୍ଯ୍ୟମନ୍ଦିର ବୁଲି ସାରି ମେଡିକାଲ ଛକରେ ନିକଟସ୍ଥ ବଡ଼ଗୁଣ୍ଡି ଗ୍ରାମର ଅଭୟ ପ୍ରଧାନଙ୍କ ପଇଡ ଦୋକାନରେ ପାଇଡ ପିଇଥିଲେ  ଭୁଲ ବଶତଃ ଦୋକାନ ପାଖରେ ଥୁଆ ହୋଇଥିବା ଏକ ମୋଟର ସାଇକଲ ଉପରେ  ମାନସା ତାଙ୍କ ମନି ପର୍ସ ଛାଡି ଚାଲିଯାଇଥିଲେ ।  ମନିପର୍ସ ଟିକୁ ପଇଡ଼ ବିକୁଥିବା ଅଭୟ ପାଇଲା ପରେ ପର୍ସ ଟିକୁ ଖୋଲି ଦେଖନ୍ତି ସେଥିରେ ୭୦୦୦ ଟଙ୍କା   ୪ ଟି ଏଟିଏମ କାର୍ଡ , ଦୁଇଟି ଆଧାର କାର୍ଡ ଓ ଏକ ରୁମ ଚାବି ଥିଲା । ଆଧାର କାର୍ଡରେ ଥିବା  ମୋବାଇଲ ନମ୍ବରରେ  ବ୍ୟବସାୟୀ ଅଭୟ ଯୋଗାଯୋଗ କରିବାରୁ ମନସାଙ୍କ ମା ମନସାଙ୍କୁ ପର୍ସ ସମ୍ପର୍କରେ ଜଣାଇଥିଲେ । ପର୍ସ ଖୋଜାଖୋଜି କରି ନିରାଶ ହୋଇ ଫେରିଯାଇଥିବା ମନସା କଲ ପାଇବା ପରେ  ମେରାଇନ ଡ୍ରାଇଭରୁ ଫେରି ଅଭୟଙ୍କ ଠାରୁ ପର୍ସ ଗ୍ରହଣ କରିଥିଲେ । ମନସା ଅଭୟ ଙ୍କୁ ଢେର ପ୍ରଶଂସା କରିବା ସହ ସ୍ଥାନୀୟ ଲୋକେ ଅଭୟଙ୍କର ଏହି ସଚ୍ଚୋଟତା ପାଇଁ  ବେଶ ପ୍ରଶଂସା କରିଛନ୍ତି ।
Leave A Reply