Odisha news

ମାଣ୍ଡୁକା ଓ ଧାଉଡ଼ିଆପଦା ପାହାଡ଼ରୁ ବେଆଇନ ମୋରମ ଖନନ : ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

0

ଚଣ୍ଡିଖୋଲ : ଯାଜପୁର ଜିଲାର ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ଓ ଧାଉଡ଼ିଆପଦା ପାହାଡ଼ରୁ ବ୍ୟାପକ ଭାବରେ ମୋରମ ଖନନ କରାଯାଇ ବାହାରକୁ ଚାଲାଣ ହେଉଛି । ଏହି ଦୁଇଟି ପାହାଡ଼ରେ କୌଣସି ସ୍ଥାନରେ ଲିଜ୍ ଦିଆଯାଇନଥିଲା ବେଳେ ଦୈନିକ ଶତାଧିକ ଟ୍ରକ୍ ବେଆଇନ ଭାବେ ମୋରମ ଖନନ କରି ଚୋରାରେ ବିକ୍ରୟ କରୁଛନ୍ତି । ପ୍ରଶାସନିକ ଅଧିକାରୀମାନେ ଏହା ଜାଣିଥିଲେ ମଧ୍ୟ ନୀରବଦ୍ରଷ୍ଠା ସାଜିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁଚନା ଥାଉକି ମାଣ୍ଡୁକା ପାହାଡ଼ର ଗୋଟିଏ ଅଂଶକୁ ଲିଜ୍ ଦିଆଯାଇଥିଲା ବେଳେ ଲିଜ୍ଧାରୀମାନେ ଏପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ଓ ଅନ୍ୟାନ୍ୟ କାଗଜ ପତ୍ର ପ୍ରସ୍ତୁତ କରିନଥିବାରୁ ସେମାନେ ଖନନ କାର୍ଯ୍ୟ ଆରମ୍ବ କରିନାହାଁନ୍ତି । ଆସନ୍ତା ଏପ୍ରିଲ୍ ମାସରୁ ଖନନ କାର୍ଯ୍ୟ ଆରମ୍ବ କରିବେ ବୋଲି ଜଣାପଡ଼ିଛି । ତେବେ କେତେକ ମାଫିଆ ଚୋରାରେ ଏବେ ବଡ଼ ବଡ଼ ମେସିନ ଲଗାଇ ଶତାଧିକ ଟ୍ରକ୍ରେ ବାହାରକୁ ମୋରମ ଚାଲାଣ କରୁଛନ୍ତି । ସେହିଭଳି ଧାଉଡ଼ିଆପଦା ପାହାଡ଼ର କୌଣସି ଅଂଶ ଲିଜ୍ ଦିଆଯାଇ ନାହିଁ କିମ୍ବା ଲିଜ୍ ଦିଆଯାଇ ପାରିବ ନାହିଁ । କାରଣ ସେହି ପାହାଡ଼ର ଖାଦାନ ସ୍ଥାନରେ କିଛି ବେସରକାରୀ ଜମି ରହିଛି । ତେବେ ଏହା ସତ୍ୱେ କେତେକ ମାଫିଆ ସେଠାରୁ ବେଆଇନ ଭାବରେ ଖନନ କରି ପଥର ଚୋରା ଚାଲାଣ କରୁଛନ୍ତି । ଜିଲା ପ୍ରଶାସନ ତରଫରୁ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ପାଇଁ ସ୍ୱତନ୍ତ୍ର ସ୍ୱ୍ୟାଡ଼ ଗଠନ କରାଯାଇଛି । ଏହି ସ୍ୱ୍ୟାଡ଼ ମଧ୍ୟରେ ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଓ ପୋଲିସ ମିଳିତ ଭାବରେ ରହିଛନ୍ତି । ଦୈନିକ ଏଠାରୁ ଶହ ଶହ ଟ୍ରିପ୍ ମୋରମ ଚୋରା ଚାଲାଣ କରାଯାଉଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ କେବେ ଖାଦାନରେ ଚଢାଉ କରିନାହାଁନ୍ତି । ଏ ସମ୍ପର୍କରେ ତହସିଲ ପ୍ରଶାସନ ସବୁ ଜାଣିଥିଲେ ମଧ୍ୟ ପଦକ୍ଷେପ ନନେବା ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ବିଭିନ୍ନ ସମୟରେ ଜାତୀୟ ରାଜପଥରୁ ତହସିଲଦାର ଗାଡ଼ି ଜବତ କରୁଥିଲା ବେଳେ କେବେବି ଖାଦାନରୁ ଗୋଟିଏ ଗାଡ଼ି ଜବତ କରିନାହାଁନ୍ତି । ଏ ସମ୍ପର୍କରେ ତହସିଲଦାର ବରେଣ୍ୟେନ୍ଦୁ ମହାନ୍ତିଙ୍କୁ ପଚାରିବାରେ ସେ କୁହନ୍ତି, ବାରମ୍ବାର ଖାଦାନମାନଙ୍କରେ ଚଢାଉ କରାଯାଉଛି । ହେଲେ ଚଢାଉ ପୂର୍ବରୁ ସେମାନେ କୌଣସି ମତେ ଖବର ପାଇ ଗାଡ଼ି ନେଇ ପଳାଇ ଯାଉଛନ୍ତି । ବ

 

Leave A Reply