ପିପିଲି : ଗାନ୍ଧୀଜୀଙ୍କ ଓଡିଶା ଆଗମନ ଏବଂ ଓଡିଶା କଂଗ୍ରେସ ଦଳର ୧୦୦ବର୍ଷ ପୂର୍ତୀ ଅବସରରେ ଡେଲାଙ୍ଗ ବ୍ଲକର ବେରବୋଇ ଗାନ୍ଧୀ ପୀଠ ଠାରୁ ଏକ ଏା÷ତିହାସିକ ପଦଯାତ୍ରା କଂଗ୍ରେସ ସେବା ଦଳ ପକ୍ଷରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବେରବୋଇ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୃର୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଓ ପ୍ରଦୀପ ପଜ୍ୱଳନ କରି ଗାନ୍ଧିଙ୍କ ପିୟ ଭଜନ ରାମଧ୍ୱନି ଗାନ କରାଯିବା ପରେ ଏକ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ କରାଯାଇଥିଲା । କଂଗ୍ରେସ ଦଳର ଆଭିମୁଖ୍ୟ ଓ ଗାନ୍ଧୀଜିଙ୍କ ଓଡିଶା ଆଗମନର ୧୦୦ବର୍ଷ ପୁର୍ତୀ ଅବସରରେ ବିଶେଷ ଭାବରେ ଆଲୋକପାତ କରାଯାଇଥିଲା । ସେଠାରୁ କଂଗ୍ରେସ ସେବା ଦଳ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଏହି ପଦଯାତ୍ରା ଦାଣ୍ଡମୁକୁନ୍ଦପୁର ବାଲିପଡିଆ ପର୍ଯ୍ୟନ୍ତ ଯାଇ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇଛି ।
ଆଜକୁ ଠିକ୍ ଶହେ ବର୍ଷ ପୁର୍ବେର୍ ତଥା ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମାଗାନ୍ଧୀ ତାଙ୍କ ଧର୍ମପନôୀ କସ୍ତୁରବା ଗାନ୍ଧୀ ତାଙ୍କ ସୁପୁତ୍ର ଦେବଦାସଙ୍କ ସହ ପ୍ରଥମ କରି ଓଡିଶା ଗସ୍ତ କରିଥିଲେ । ସେତେବେଳେ ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରାଦେଶିକ ଓଡିଶା( ଉକôଳ) କଂଗ୍ରେସ କମିଟିର ସଭାପତି ଭାବେ ନିର୍ବାଚିତ ହୋଇଥିବା ରୁ ସେ କଟକ ରେଳ ଷ୍ଟେସନ ଠାରେ ନାଗପୁର କଂଗ୍ରେସର ସଂକଳ୍ପ ଅନୁଯାୟୀ ପ୍ରଥମ ଗାନ୍ଧୀଜୀଙ୍କୁ ଓଡିଶାରେ ସ୍ୱାଗତ କରିଥିଲେ । ଗାନ୍ଧୀଜି ଙ୍କ ଓଡିଶା ଆଗମନ ଆଜକୁ ୧୦୦ବର୍ଷ ବିତି ଯାଇଥିବା ବେଳେ ଏହି କଥାକୁ ସ୍ମରଣ କରିବା ପାଇଁ ଆଜି କଂଗ୍ରେସ ଦଳ ପକ୍ଷରୁ ଏହି ପୁର୍ତି ପାଳନ କରାଯାଇଛି । ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ଡେଲାଙ୍ଗ ବେରବୋଇ ଗାନ୍ଧୀ ପୀଠ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇଛି ।
ଏଥିରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପୁର୍ବତନ ମନ୍ତ୍ରୀ ପଂଚାନନ କାନୁନ ଗୋ,ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡା,ପୁରୀ ଜିଲ୍ଲା କଂଗ୍ରେସ ପ୍ରଭାରୀ ବିଜୟାଲକ୍ଷ୍ମୀ ସାହୁ,ଏକ୍ରାମ ନିର୍ବାଚନ ମଣ୍ଡଳି ର କଂଗ୍ରେସ ଦଳ ବିଧାୟିକା ପ୍ରାର୍ଥô ରଶ୍ମି ମହାପାତ୍ର,କଂଗ୍ରେସ ଦଳର ମୁଖପାତ୍ର ତଥା ଅଇନଜୀବୀ ନିଶିକାନ୍ତ ମିଶ୍ର, ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା ନିରୁପମା ପାତ୍ରଙ୍କ ସହ ପୁର୍ବତନ ବିଧାୟକ ଉମା ବଲ୍ଲଭ ରଥ,ମାନସ ଆଚାର୍ଯ୍ୟ,ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥô ସତ୍ୟପ୍ରକାଶ ନାୟକ,ଡେଲାଙ୍ଗ ବ୍ଳକ କଂଗ୍ରେସ ସଭାପତି ରବି ଦାଶ ,ପିପିଲି ବ୍ଲକ କଂଗ୍ରେସ ଜିତୁ ପ୍ରକାଶ ପରିଡା ଙ୍କ ସହିତ ବିଭିନ୍ନ ଅଂଚଳର କଂଗ୍ରେସ ନେତା ଓ କର୍ମିମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।
ଏହି ଅବସରରେ ଦାଣ୍ଡମୁକୁନ୍ଦପୁର ବାଲିପଡିଆ ଠାରେ ଅନୁଷ୍ଠିତ ସଭାରେ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନ ଓ ଓଡିଶା କଂଗ୍ରେସ ଦଳ ୧୦୦ବର୍ଷ ପୁର୍ତୀ ଅବସରରେ କଂଗ୍ରେସ ଦଳର ନେତାମାନେ ଆଲୋକପାତ କରିବା ସହିତ ଗାନ୍ଧୀଜିଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କର୍ମିମାନଙ୍କୁ ପରାମର୍ଶ ଦେଇଥିଲେ । ତତ୍ ସହିତ କଂଗ୍ରେସ ଦଳକୁ ମଜଭୁତ କରିବା ପାଇଁ ତୃଣମୁଳ ସ୍ତରରୁ ସମସ୍ତେ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଶେଷରେ ପୁର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଦ୍ୱାରା ଲିଖିତ ଏକ ପୁସ୍ତକ ଉକôଳରେ ଗାନ୍ଧୀଜି ଓ କଂଗ୍ରେସ ବହୀର ଉନ୍ମୋଚନ କରାଯାଇଛି ।