Odisha news

୭୫ ବର୍ଷ ର ପୂର୍ତ୍ତି ଉପଲକ୍ଷେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ରେ ପାଳନ ହେଲା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

0

କୋଣାର୍କ :  କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ  ମାର୍ଚ୍ଚ ୧୨ ତାରିଖକୁ ସାରା ଦେଶରେ ଥିବା ବିଶ୍ୱ  ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପାଳନ ହେଉଛି ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ।  ଆଜକୁ ୭୫ ବର୍ଷ ପୂର୍ବେ  ଆଜିର ଏହି ଦିନ ର ପୂର୍ତ୍ତି ଅବସର ରେ ବିଶ୍ଵ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ସହ ନେହେରୁ ଯୁବ କେନ୍ଦ୍ର ପୁରୀ ର ସହଯୋଗ ରେ ସମ୍ପାଦନା କରାଯାଇଥିଲା । ଶୁକ୍ରବାର  ସକାଳ ୧୦ ଟାରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ, ଆର୍ତ୍ତତ୍ରଣ କାର୍ତ୍ତିକେଶ୍ଵର ବିଦ୍ୟାପୀଠ, କୋଣାର୍କ କଲେଜର ଏନସିସି ଛାତ୍ରଛାତ୍ରୀ ମାନଙ୍କ ସହ କୋଣାର୍କ ର ଦୁଇ ପ୍ରମୁଖ  ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ସଙ୍ଗଠନ ଓ ନାଟ୍ୟଦୀପ ର କର୍ମକର୍ତ୍ତା ଙ୍କୁ ନେଇ ଏକ ଶୋଭାଯାତ୍ରା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ଠୁ ବାହାରି ବଜାର ପରିକ୍ରମା କରିବା ପରେ ସୂର୍ଯ୍ୟ ମନ୍ଦିର ପରିକ୍ରମା କରି ଥିଲେ। ଭାରତ ମାତା ର ସ୍ଲୋଗାନ ସହ ଦେଶ ଭକ୍ତି ର ପରିଚୟ ଦେଇ ସମସ୍ତେ  ଦେଶ ଅ ଆଜାଦ ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ପୂର୍ବଜ ମାନ ଙ୍କୁ ମନେ ପକାଇଥିଲେ।ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ନେଇ ବକୃତା, ଦେଶାତ୍ମବୋଧକ ସଙ୍ଗୀତ ଓ କୁଇଜ ପ୍ରତିଯୋଗିତା ର ଅୟୋଜନ କରାଯାଇଥିଲା ।

ଅପରାହ୍ନରେ ଆୟୋଜିତ ସାଂସ୍କୃତିକ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ସଭାରେ ମୁଖ୍ୟ ଅତିଥି ଭାବେ କାକଟପୁର ର ପୂର୍ବତନ ବିଧାୟକ ରବି ମଲ୍ଲିକ , ଏ .ଏସ.ଆଇ. ର ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡ ଅରୁଣ  କୁମାର ମଲ୍ଲିକ, ନେହେରୁ ଯୁବ କେନ୍ଦ୍ର ର ରାଜ୍ୟ ନିର୍ଦେଶକ , ଙ୍କ ସହ ଏ ଏସ ଆଇ ର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ କୃତି ପ୍ରତିଯୋଗୀ  ଙ୍କୁ ପୁରସ୍କାର ବିତରଣ କରିବା ସହ  ସମାଜର ଉଲ୍ଲେଖନୀୟ   କାର୍ଯ୍ୟ ପାଇଁ ବିଭିନ୍ନ ବେକ୍ତି ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ ।ପରେ ସନ୍ଧ୍ୟାରେ  ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକ ଙ୍କ ପାଇଁ ଓଡ଼ିଶାର ପାରମ୍ପରିକ    ପାଇକ ଆଖଡା ନୃତ୍ୟ ର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଏ ଏସ ଆଇ ର ଅଧିକାରୀ ନିରଜ ସିଂ , କୋଣାର୍କ ନେହୁରୁ ଯୁବ କେନ୍ଦ୍ର ର ସମ୍ପାଦକ ରାମକୃଷ୍ଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିବାବେଳେ ।  କୋଣାର୍କ ର ସମାଜ ସେବୀ ହରିଶ୍ଚନ୍ଦ୍ର ଦାଶ ,ଭଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଵିଷ୍ଣୁ ଚରଣ ମିଶ୍ର, ପୁରୀ ନେହୁରୁ ଯୁବକେନ୍ଦ୍ରର ସଭାପତି ଜୟ ଶଂଙ୍କର  ଯୋଶୀ ପ୍ରମୁଖ  ଙ୍କ ସହ ମାନ୍ୟଗନ୍ୟ ବେକ୍ତି ମାନେ  କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

Nalco
Leave A Reply