କରୋନା ସମୟରେ ରକ୍ତ ର ଆବଶ୍ୟକତା କୁ ନେଇ କୋଣାର୍କ ପ୍ରେସ କ୍ଲବ ତରଫରୁ ରକ୍ତଦାନ ଶିବିର ଓ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ
କୋଣାର୍କ : କୋଣାର୍କ ପ୍ରେସ କ୍ଲବ ଦ୍ବାରା ମା କଲରାଈ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ କୋଣାର୍କ ଆଶ୍ରମ ସ୍କୁଲ ପରିସର ରେ ଆୟୋଜିତ ହୋଇଛି ଏକ ରକ୍ତଦାନ ଶିବିର ଓ ଗରିବ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୁରୀଜିଲ୍ଲା ମଣ୍ଡଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀ, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ, ବରିଷ୍ଠ ସମାଜ ସେବୀ ରାଜୁ ମହାପାତ୍ର, କୋଣାର୍କ ପ୍ରେସକ୍ଲବ ର ସଭାପତି ସଞ୍ଜୟ ପତି, ପୁର୍ବତନ କାଉନ ସିଲର ପଦ୍ମଚରଣ ବେଉରା ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ଲଷ୍ମଣ ରଥ କଲରାଇ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ରଞ୍ଜିତ ସ୍ଵାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।, ରକ୍ତ ଦାନ ମହାପୂଣ୍ୟ ଏହି ବାର୍ତା ନେଇ ଏହି ଶିବିର ଆୟୋଜନ ହୋଇଥିଲା। କରୋନା ସମୟରେ ରକ୍ତ ର ଅଭାବ କୁ ଦୃଷ୍ଟି ରେ ରଖି କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର ରେ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯିବା ସହିତ କୋଭିଡ ସଚେତନତା ମଧ୍ୟ କରଯାଇଥିଲା।ଆଶ୍ରମ ସ୍କୁଲ ପରିସର ରେ ଆୟୋଜନ ହୋଇଥିବା ଏ ହି ଶିବିର ରେ କୋଣାର୍କ ର ଅନେକ ସମାଜସେବୀ, ବୁଦ୍ଧିଜୀବୀ, ଅଗ୍ନିଶମ ବିଭାଗ କର୍ମଚାରୀ, ସାମ୍ବାଦିକ ସହିତ ଯୁବ ଵର୍ଗ ସାମିଲ ହୋଇଥିଲେ ଏହି ଶିବିରକୁ ପ୍ରେସକ୍ଲବ ର ସମ୍ପାଦକ ବିଚିତ୍ର ଓଝା ଙ୍କ ସହ ସମସ୍ତ ସଭ୍ୟମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। କୋଣାର୍କ ରୁ ସଂଗ୍ରାମ କେଶରୀ ମହାପାତ୍ରଙ୍କ ରିପୋର୍ଟ ସମୟ ଲାଇଭି।