ଗ୍ରାହକ ମାନେ ସତର୍କ ହୋଇ ଯାଆନ୍ତୁ : ଜାନୁଆରୀ ମାସରୁ ଟି.ଭି ,ର୍ରେଫ୍ରିଜେରେଟର ,ୱାସିଂ ମେସିନ ଭଳି ବିଜୁଳି ଉପକରଣର ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି
ନୂଆଦିଲ୍ଲୀ :ଏଲଇଡି ଟିଭି ଓ ର୍ରେଫ୍ରିଜେରେଟର ,ୱାସିଂ ମେସିନ ଭଳି ଇଲବକ୍ଟ୍ରୋନିକ ଉପକରଣ ମୂଲ୍ୟ ଆସନ୍ତା ବର୍ଷ ଜାନୁଆରୀ ମାସରୁ ତମ୍ବା ,ଆଲୁମିନିଅମ ଓ ଷ୍ଟିଲ ଭଳି ପ୍ରମୁଖ ଇନପୁଟ ଜିନିଷର ମୂଲ୍ୟ ଲଗାତାର ବୃଦ୍ଧି ହେବାରେ ଲାଗିଛି ,ତେଣୁ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି ହୋଇପାରେ l ଏହା ବ୍ୟତୀତ ଟି .ଭି ବିକ୍ରେତାଙ୍କର ଉପକରଣର ମୂଲ୍ୟ ବୈଷୟିକ ବିକ୍ରେତାଙ୍କ ଦ୍ୱାରା କମ ଅପୂର୍ତୀ କାରଣରୁ ଦୁଇ ଗୁଣରୁ ଅଧକ ହୋଇଯାଇଛି l ଯେବେକି କଞ୍ଚା ତେଲର ମୂଲ୍ୟ ବୃଦ୍ଧି କାରଣରୁ ପ୍ଲାଷ୍ଟିକର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇଛି l
ଏହାକୁ କ୍ଷତିର ଆଖ୍ୟା ଦେଇ ଏଲଜି,ପାନାସୋନୀକ , ଥମସନ ଭଳି ନିର୍ମାତା ମାନେ ଜାନୁଆରୀ ମାସରୁ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି , କିନ୍ତୁ ସୋନି ବର୍ତମାନ ମଧ୍ୟ ସ୍ଥିତିର ସମୀକ୍ଷା କରୁଛି l ପାନାସୋନୀକ ଇଣ୍ଡିଆର ମୁଖ୍ୟ ଅଧକ୍ଷ ମନିସ ଶର୍ମା କହିଛନ୍ତିଯେ ଆମେ ନିକଟ ଭବିଷ୍ୟତରେ ଆମର ଉତ୍ପାଦନର ନିର୍ମାଣକୁ ପ୍ରଭାବିତ କରିବାପାଇଁ କାମୋଡି଼ଟିର ମୂଲ୍ୟକୁ ବୃଦ୍ଧି କରିବାର ଆସା ରଖୁଛୁ l ତେଣୁ ଜାନୁଆରୀ ମାସରେ ମୂଲ୍ୟରେ ୬ରୁ ୭ ପ୍ରତିଶତ ବଢିବାର ଅନୁମାନ ଲଗାଉଛୁ l ଵିତବର୍ଷ ୨୦୧ ୪ ର ସମାପ୍ତି ପର୍ଯ୍ୟନ୍ତ ୧୦ ରୁ ୧ ୧ ପ୍ରତିଶତ ବୃଦ୍ଧି କରାଯାଇଥିଲା l
ଏଲଜି ଆସନ୍ତା ବର୍ଷ ଜାନୁଆରୀରୁ ନିଜ ଉପକରଣର ମୂଲ୍ୟକୁ ୭ ରୁ ୮ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛି l ଜାନୁଆରୀରେ ଆମେ ସମସ୍ତ ଉପକରଣର ଉପରେ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛୁ l କାରଣ କଞ୍ଚାମାଲର ମୂଲ୍ୟ ବୃଦ୍ଧିକୁ ଦେଖି ଏହି ନିଷ୍ପତି ନିଆଯାଇଛି l ଏହି କଥା ଏଲଜି ଅଧକ୍ଷ ବିଜୟ ବାବୁ କହିଛନ୍ତି l ସୋନିର ପ୍ରବନ୍ଧ ନିର୍ଦେଶକଙ୍କୁ ପଚାର ଯିବାରୁ କହିଥିଲେ ଯେ ଆମେ ବର୍ତମାନ ପର୍ଯ୍ୟନ୍ତ କିଛି ନିର୍ଧାରଣ କରିନାହୁଁ l ବଜାରରେ ସର୍ଭେ ଚାଲିଛି ସ୍ତିତି ଅନୁଧ୍ୟାନ କରାଯାଉଛି l
ଫ୍ରେଞ୍ଚ ଇଲେକ୍ଟ୍ରିକାଲ ବ୍ରାଣ୍ଡ ଥମସନ ପକ୍ଷରୁ କୁହାଯାଇଛି ଯେ ବଜାରରେ ଟିଭି ଉପକରଣ ର କମି ରହିଛି କିନ୍ତୁ ପାଖାପାଖି ୨ଶହ ପ୍ରତିଶତ ଅନ୍ୟ ଜିନିଷର ମୂଲ୍ୟ ବୃଦ୍ଧି ହୋଇଯାଇଛି l ଭିଡିଓଟେକ୍ସ ର ଅନ୍ତରାଷ୍ଟୀୟ ନିର୍ଦେଶକ ଅର୍ଜୁନ ବଜାଯ କହିଛନ୍ତି ମୂଲ୍ୟ ବୃଦ୍ଧିକୁ ନେଇ ଅନ୍ୟ କାରଣ ହେଲା ଅକ୍ଟୋବର ୨୦୨୦ର ତୁଳନାରେ ରପ୍ତାନି ୩ ଗୁଣ ବୃଦ୍ଧି ହୋଇଛି l ଭାରତୀୟ ଉପକରଣ ଓ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଉଦ୍ୟୋଗ ମୁଖ୍ୟ ଚୀନ ଉପରେ ନିର୍ଭରଶୀଳ ଅଟନ୍ତି l ସି ଇ ଏ ଏମ ଏ ଓ ଫାଷ୍ଟ ଆଣ୍ଡ ଶୁଳୀବନ ଙ୍କ ଏକ ସଂଯୁକ୍ତ ରିପୋର୍ଟ ଅନୁସାରେ ୨୦୧୮ ରୁ ୨୦୧୯ ରେ ଉଦ୍ୟୋଗ ର ସମ୍ପୂର୍ଣ ବଜାର ଆକାର ୭୬ ,୪୦୦କୋଟି ଟଙ୍କା ରହିଛି ,ଯେଉଁଥିରେ ଘରୋଇ ବୀନିର୍ମାଣ ରୁ ୩୨ ,୨ଶହ କୋଟି ଟଙ୍କାର ଯୋଗଦାନ ରହିଥିଲା l
