କୋଣାର୍କ, (sangram keshari mohapatra) : ଚନ୍ଦ୍ରଭାଗା ମେରାଇନି ଥାନା ଅଧିନସ୍ଥ ସୁତନ ଗ୍ରାମପଂଞ୍ଚାୟତ ର ବାରା ସାହିକୁ ମୁଖ୍ୟ ରାସ୍ତା ଠାରୁ ଏକ ଆପ୍ରୋଚ ରାସ୍ତା ସର୍ବସାଧାରଣ ଙ୍କ ଯାତାୟତ ପାଇଁ ରହି ଅଛି। ଯାହାକି ସେଠାରେ ବସବାସ କରୁଥିବା କିଛି ବେକ୍ତି ବିଶେଷ ସାମୁହିକ ଦୁଷ୍ଟି ରୁ ନିଜର କିଛି ବେକ୍ତି ଗତ ଜମି ମଧ୍ୟ ରାସ୍ତା ନିର୍ମାଣ ପାଇଁ ଦେଇଛନ୍ତି।
କିନ୍ତୁ ସେହି ବାରା ସାହିର ଜୈନିକ ବେକ୍ତି ଯେକି ଧ୍ରୁବ ଚରଣ ବିଶ୍ୱାଳ ଓ ତାଙ୍କର ସହଯୋଗୀ ମାନେ ମିଶି ଉକ୍ତ ଆପ୍ରୋଚ ରାସ୍ତାରେ ବାଲି, ମାଟି ଜମାକରି ରାସ୍ତା କୁ ଅବରୋଧ କରିବା ଦ୍ୱାରା ବର୍ଷା ଅସରାଏ ହେଲେ ରାସ୍ତା କାଦୁଅ ହେବା ସହ ପାଣି ଜମି ରାସ୍ତା ପାର୍ଶ୍ୱ ରେ ଥିବା ଘରେ ପଶୁଛି। ଏହି ରାସ୍ତା ଉପରେ ପ୍ରତିଦିନ ନିର୍ଭର କରୁଥିବା ସେହି ଗ୍ରାମର ବାସିନ୍ଦା ମନୋରଞ୍ଜନ ବିଶ୍ୱାଳ ଙ୍କ ତାଙ୍କ ପରିବାର ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ସେ ଅଭିଯୋଗ କରିଛନ୍ତି।
ଏ ବିଷୟ ରେ ମନୋରଞ୍ଜନ ଧ୍ରୁବ ଚରଣ ଙ୍କୁପଚାରିବାରେ ସେ ଧମକ ଚମକ ଦେବା ସହ ମିଛ କେଶ ରେ ଫଶାଇ ବାକୁ କହୁଛନ୍ତି। ଯେଉଁଥି ପାଇଁ ମନୋରଞ୍ଜନ ଓ ଅନ୍ୟ ବେକ୍ତି ବିଶେଷ ମାନେ ଏହି ରାସ୍ତା ଉପରେ ଆମ୍ବୁଲାନ୍ସ ଭଳି ଜରୁରି କାଳୀନ ସେବା ପାଇବାକୁ ଆପାପଦକାଳୀନ ଅସମ୍ଭବ ହୋଇପଡିଛି। ମନୋରଞ୍ଜନ ଜଣେ କୃଷକ ହୋଇଥିବାରୁ ତାଙ୍କର କୃଷି ଜାତ ଦ୍ରବ୍ଯ ବଜାରକୁ ବିକ୍ରି ପାଇଁ ଏହି ରାସ୍ତାରେ ନେବା ବେଳକୁ ଧ୍ରୁବ ଓ ତାଙ୍କ ପରିବାର ଏହାକୁ ନିଜ ଜାଗା କହି ତାଙ୍କୁ ଏହାଉପରେ ଯାତାୟତ ପାଇଁ ବାରଣ କରୁଛନ୍ତି।ଯେଉଁ ଥି ପାଇଁ ମନୋରଞ୍ଜନ ଏହାର ଚିର ସମାଧାନ ପାଇଁ ଏହି ରାସ୍ତା ବିଷୟରେ କୋର୍ଟରେ ଦ୍ବାରସ୍ତ ହେବା ସହ ଗ୍ରାମ ପଂଚାୟତ, ପୁରୀ ଜିଲ୍ଲାପାଳ ଓ ସ୍ଥାନୀୟ ମେରାଇନି ଥାନାରେ ଅଭିଯୋଗ କରିଛନ୍ତି।
ଏବଂ ତାଙ୍କ ଅଭିଯୋଗକୁ ଆଧାର କରି ମାନ୍ୟବର କୋର୍ଟରେ ଏକ ମାମଲା ସିଏସ ୩୩/୧୯ ରେ ଅଦାଲତରେ ବିଚାରଧିନ ରହିଛି।ଏବଂ ଅଦାଲତଙ୍କ ଆଦେଶ ସଂଖ୍ୟା ଆଇଏସ୩୩/୧୯ ମୁତାବକ ପ୍ରତିବାନ ଧ୍ରୁବଚରଣ ବିଶ୍ୱାଳ ଓ ତାଙ୍କ ସହ ଯୋଗୀ ବ୍ରଜବନ୍ଧୁ ବିଶ୍ୱାଳ ଙ୍କୁ ମକଦ୍ଦମା ବୃତ୍ତି ପକ୍ଷେ ନିଷେଧାଶ ଜାରି କରାଯିବା ସହ ବୃତ୍ତିର ପ୍ରକାର ତଥା ସେ ସମ୍ବର୍ଦ୍ଧିତ କୌଣସି ପ୍ରକାର ପରିବର୍ତ୍ତନ ନକରିବା ସହିତ ସ୍ଥିତାବସ୍ଥା ବଜାୟ ରଖିବା ମର୍ମେ ୨୪/୦୩/୨୦୨୦ ରେ କୋର୍ଟ ଏକ ଆଦେଶ ନାମା ଦେଇଛନ୍ତି।କିନ୍ତୁ ପ୍ରତିବାଦୀ ମାନେ ଉକ୍ତ ଆଦେଶ କୁ ଅବମାନନା କରି ପୁନର୍ବାର ସର୍ବସାଧାରଣ ରାସ୍ତା କୁ ଅଵରୋଧ କରୁଛନ୍ତି।ଯେଉଁଥି ପାଇଁ ମନୋରଞ୍ଜନ ବିଶ୍ବାଳ ଙ୍କ ପରିବାର ଓ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଅନ୍ୟ ବ୍ୟକ୍ତି ବିଶେଷ ମାନେ ଘୋର ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।