କୋଣାର୍କ ,ସବ୍ୟୁ : କୋଣାର୍କ ସେବା ସମବାୟ ସମିତି ପରିସରରେ ଧାନମଣ୍ଡି ଖୋଲିଛି । ଚଳିତବର୍ଷ କୋଣାର୍କ ସେ
ବାସୁଦେବ ରାଇସ ମିଲ ପ୍ରାଇଭେଟ ଲିଃ ସଂସ୍ଥା କୁ ସରକାରଙ୍କ ପକ୍ଷରୁ ଅଧିକୃତ ଧାନ କ୍ରୟସଂସ୍ଥା ଭାବେ ସ୍ବୀକୃତି ମିଳିଛି ।ଏଫଏକ୍ୟୁ ମାନର ଧାନ ପାଇଁ ସରକାରୀ ଦର ୧୮୧୫ଟଙ୍କା ଧାର୍ଯ୍ୟ କରାଯାଇଛି ।ସେବା ସମବାୟ ସମିତିର ସଂପାଦକ ବ୍ରଜବନ୍ଧୁ ପାତ୍ର ,ଡ଼ିଓ ସତ୍ୟଜିତ ବେହେରା ଙ୍କ ତତ୍ବାବଧାନରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିଲା ।
କୋଣାର୍କରେ ଧାନମଣ୍ଡି ଖୋଲିବା ପରେ ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ସେବା ସମବାୟ ସମିତି ର ସଭାପତି ଅଜୟ କୁମାର ବେହେରା ନିଜେ ଉପସ୍ଥିତ ରହି ଚାଷୀ ମାନକୁ ସମସ୍ତ ପ୍ରକାର ସହଯୋଗ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡି ଲାଇନିକୁ ଅବଗତ କରୁଛନ୍ତି।