Odisha news

ସାଲେପୁର : ଜଣେ ବରିଷ୍ଠ ରାଜନେତାଙ୍କ ବିରୁଦ୍ଧରେ ବିଧବା ଭାଉଜ ଥାନାରେ କଲେ ଅଭିଯୋଗ … ତାପରେ

0

ସାଲେପୁର, ୨୦ ।୬- ସାଲେପୁର ଅଞ୍ଚଳର ଜଣେ ବରିଷ୍ଠ ରାଜନେତା ନିଜ ବିଧବା ଭାଉଜଙ୍କ ଘରକୁ ଭାଙ୍ଗିଦେବା ସହ ତାଙ୍କୁ ବୁଲ୍ଡୋଜର ଚଢ଼ାଇ ତାଙ୍କୁ ଜୀବନରୁ ମାରିଦେବାପାଇଁ ହତ୍ୟା ଧମକ ଦେଇଥିବା ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର ସ୍ୱର୍ଗତ ବ୍ରଜମୋହନ ସେଠୀଙ୍କ ପତ୍ନୀ କୁନିଲତା ସେଠୀ ଶିଶୁଆ ପଞ୍ଚାୟତର ସପନପୁରଠାରେ ଥିବା ନିଜ ଘରେ ରହିଆସୁଥିଲେ । କରୋନା ଲକ୍ଡାଉନ୍ ପାଇଁ ସେ ବରହମ୍ପୁର ଓ ଭୁବନେଶ୍ୱର ଅଞ୍ଚଳକୁ କିଛିଦିନ ପାଇଁ ଯାଇଥିବାବେଳେ ତାଙ୍କର ଦିଅର କୁଂଜମୋହନ ସେଠୀ ସେ ରହୁଥିବା ଘରର ଆଜ୍ବେଷ୍ଟସ୍ ଓ ପାଇଖାନାକୁ ଭାଙ୍ଗିଦେବା ସହ ଉକ୍ତ ବାଡ଼ିରେ ହୋଇଥିବା ମୂଲ୍ୟବାନ୍ ଗଛକୁ କାଟି ସେଥିରୁ କେତେକାଂଶରେ ବିକ୍ରି କରିଦେଇଥିଲେ । କୁନିଲତା ଭୁବନେଶ୍ୱରରୁ ଫେରି ଘର ଭାଙ୍ଗିବା ଦେଖିବାପରେ କୁନିଲତାଙ୍କ ପୁତ୍ର ଏ ସଂପର୍କରେ ଦାଦା କୁଂଜମୋହନଙ୍କୁ ପଚାରିବାରୁ ସେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ।

ଏହାନେଇ ପ୍ରଥମେ କୁନିଲତା ଶିଶୁଆ ସରପଞ୍ଚଙ୍କୁ ଲିଖିତ ଭାବେ ଜଣାଇବାପରେ ଏଥିରେ ଉତ୍କ୍ଷିପ୍ତ ହୋଇ କୁଂଜମୋହନ ତାଙ୍କୁ ବିଭିନ୍ନ ପ୍ରକାର ଗାଳିଗୁଲଜ ଦେବା ସହ ଘରେ ଶୋଇଥିବା ସମୟରେ ବୁଲ୍ଡୋଜର ଚଢ଼ାଇ ତାଙ୍କୁ ଜୀବନରୁ ମାରିଦେବାପାଇଁ ଧମକ ଦେଇଥିଲେ ବୋଲି କୁନିଲତା ସେଠୀ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ଏ ସଂପର୍କରେ ଆମ ପ୍ରତିନିଧି କୁଂଜମୋହନ ସେଠୀଙ୍କୁ ପଚାରିବାରୁ ଘର ହୋଇଥିବା ଜାଗା ଇଜିମାଲି ଜାଗା ୩ଭାଇଙ୍କ ନାମରେ ଅଛି । ଏହି ଜାଗାକୁ ବଣ୍ଟନ କରିବାପାଇଁ ସାଲେପୁର ଥାନା ପରିସରରେ ଥିବା ତ୍ରିନାଥ ମନ୍ଦିରରେ ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା । କିନ୍ତୁ ଆପୋଷ ସମାଧାନ କରିବାପାଇଁ ଦାୟିତ୍ୱ ନେଇଥିବା ଭଦ୍ରଲୋକମାନେ କୁନିଲତାକୁ ଜାଗାର ଭାଗବଣ୍ଟା କରିବାପାଇଁ ବାରମ୍ବାର ଡାକିଲେ ମଧ୍ୟ ସେ ବିଭିନ୍ନ ଆଳ ଦେଖାଇ ଜାଗାକୁ ଭାଗବଣ୍ଟା କରୁନାହାଁନ୍ତି । ଗତ ଅମ୍ଫନ୍ ବାତ୍ୟାରେ ଏହି ଘରର ଆଜ୍ବେଷ୍ଟସ୍ ଭାଙ୍ଗିଯାଇଥିବାବେଳେ ମୋତେ ବଦ୍ନାମ୍ କରିବାପାଇଁ ସେ ମୋ ନାମରେ ସାଲେପୁର ଥାନାରେ ମିଥ୍ୟା ଅଭିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି ।

Leave A Reply