Odisha news

୪ମାସ ହେବ ସାଲେପୁର ସୁଲଭ ଶୌଚାଳୟ ବନ୍ଦ, ଲୋକେ ହନ୍ତସନ୍ତ

0

ସାଲେପୁର, ୨୦ ।୬- ସାଲେପୁର ଅଞ୍ଚଳର ଏକମାତ୍ର ସୁଲଭ ଶୌଚାଳୟ ଦୀର୍ଘ ୪ମାସ ଧରି ବନ୍ଦ ରହିଥିବାରୁ ବହୁ ଦୂରଦୂରାନ୍ତରରୁ ଆସୁଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରାୟ ୧ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ବିଦୁ୍ୟତ୍ ବିଲ୍ ବାକି ଥିବାରୁ ବିଦୁ୍ୟତ୍ ବିଭାଗ ପକ୍ଷରୁ ଶୌଚାଳୟର ବିଦୁ୍ୟତ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଇଛି ।

ଫଳରେ ଏହି ସମସ୍ୟା ଉପୁଜିଛି । ପ୍ରକାଶ ଯେ ସାଲେପୁର ସହର କଟକ ଜିଲ୍ଲାର ଏକ ପ୍ରମୁଖ ସହର ହୋଇଥିବାବେଳେ ଏହି ସହରରେ କୋର୍ଟ, ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ, ତହସିଲ, ବ୍ଲକ୍, ସବ୍ରେଜିଷ୍ଟର କାର୍ଯ୍ୟାଳୟ, ସରକାରୀ ବେସରକାରୀ ଡାକ୍ତରଖାନା, ଫାର୍ମାସୀ କଲେଜ ସମେତ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ରହିଅଛି । ତେଣୁ ଏହି ଅଞ୍ଚଳକୁ ନିୟମିତ ବହୁ ଦୂରଦୂରାନ୍ତରରୁ ବିଭିନ୍ନ କାର୍ଯ୍ୟପାଇଁ ଜନସାଧାରଣମାନେ ଆସିଥାନ୍ତି ।

ଏହି ଶୌଚାଳୟ ଏହି ଅଞ୍ଚଳର ଏକମାତ୍ର ସୁଲଭ ଶୌଚାଳୟ ହୋଇଥିବାବେଳେ ଏହି ଶୌଚାଳୟ ଉପରେ ମହିଳା ଠାରୁ ଆରମ୍ଭ କରି ଛୋଟପିଲା, କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ବ୍ୟବସାୟୀ ମଧ୍ୟ ନିର୍ଭର କରିଥାନ୍ତି । କିନ୍ତୁ ଗତ ଫେବୃୟାରୀ ମାସ ଠାରୁ ଏହି ଶୌଚାଳୟର ବିଦୁ୍ୟତ୍ ବିଚ୍ଛିନ୍ନ କରାଯାଇଥିବାରୁ ଏହି ଶୌଚାଳୟ ଏବେ ଅଚଳ ହୋଇପଡିଛି । ଏହି ସୁଲଭ ଶୌଚାଳୟର ୧ଲକ୍ଷ ୧୫ହଜାର ଟଙ୍କା ବିଦୁ୍ୟତ୍ ବିଲ୍ ବକେୟା ଥିବାରୁ ବିଦୁ୍ୟତ୍ ବିଭାଗ ପକ୍ଷରୁ ବିଦୁ୍ୟତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି ।

ଏହାନେଇ ଶୌଚାଳୟ ଦାୟିତ୍ୱରେ ଥିବା ଆର.ଡବ୍ଲୁ ଏସ୍. ବିଭାଗର ନିୟନ୍ତ୍ରକ ଗତ ତା.୧୨ ।୦୨ ।୨୦୨୦ରିଖରେ ଆର.ଡବ୍ଲୁ ଏସ୍.ଆଣ୍ଡ୍ ଏସ୍. ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଇତିମଧ୍ୟରେ ୪ମାସ ବିତିଯାଇଛି । କିନ୍ତୁ ଏହି ସୁଲଭ ଶୌଚାଳୟକୁ ଅଦ୍ୟାବଧି ବିଦୁ୍ୟତ୍ ସଂଯୋଗ କରାଯାଇନାହିଁ । ଫଳରେ ବହୁ ଦୂରଦୂରାନ୍ତରରୁ ଆସୁଥିବା ଜନସାଧାରଣ ଶୌଚାଳୟ ସୁବିଧା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଏହି ଶୌଚାଳୟକୁ କାର୍ଯ୍ୟକ୍ଷମ କରିବାପାଇଁ ସାଧାରଣରେ ଦାବି ହୋଇଛି

Leave A Reply