କୋଣାର୍କ : ପ୍ରଶାସନ ର ନିଷ୍ପତି କ୍ରମେ କରୋନା ମହାମାରୀ ଯୋଗୁଁ ପ୍ରତି ପଞ୍ଚାୟତ ରେ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସି ମାନଙ୍କର ରହିବା ପାଇଁ କ୍ୟୁରେଟାଇନି ରସୁବିଧା କରାଯାଇଛି।ଯେଉଁଠି ପ୍ରଭାସି ମାନେ ୧୪ ଦିନ ସଂଗରୋଧରେ ରହିପାରିବେ ଏହି ପ୍ରରିପ୍ରେକ୍ଷୀରେ ଚନ୍ଦ୍ରଭାଗା ଥାନା ଅଧିନ ସୁତନ ଗ୍ରାମ ପଂଚାୟତ ତରଫରୁ ଗ୍ରାମର ହାଇସ୍କୁଲରେ ହୋଇଥିବା ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରଭାସି ମାନଙ୍କ ଦ୍ଵାରା ସ୍କୁଲର ହତା ପରି ସରରେ ବିଭିନ୍ନ ପ୍ରକାର ଵୃକ୍ଷ ରୋପଣ କରାଯାଇଛି।ରହୁଥିବା ପ୍ରତିଟି ପ୍ରଭାସି ସୁତନ ସରପଞ୍ଚ ବିଳାସିନି ବେହେରାଙ୍କ ଉଦ୍ୟମ ରେ ସ୍କୁଲର ମୁଖ୍ୟ ଫାଟକ ର ଉଭୟ ପାର୍ଶ୍ଵ ରେ ନଡ଼ିଆ, ଗୁଆ ଓ ବିଭିନ୍ନ ଔଷଧ ବୃକ୍ଷ ମାନ ଲଗାଇଥିଲେ।ଏବଂ ଆଗାମୀ ଦିନରେ ଅନ୍ୟ ପ୍ରଭାସି ମାନଙ୍କୁ ସଂଗ ରୋଧରେ ରହିବା ସମୟରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ପ୍ରବତ୍ତାଇ ଯିବ ବୋଲି ସରପଞ୍ଚ ବିଳାସିନି ବେହେରା କହିଛନ୍ତି।ପ୍ରଭାସି ମାନଙ୍କ ର ଏତା ଦୃଶ୍ୟ କାର୍ଯ୍ୟ କୁ ପଂଚାୟତ ର ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି।