କୋଣାର୍କ : କରୋନା ଆକ୍ରାନ୍ତ ରୋଗୀ ମାନଙ୍କୁ ସ୍ବାସ୍ଥ୍ୟସେବା ଯେଗାଇ ଦେବାଲାଗି କୋଣାର୍କରେ ଦୁଇଟି କୋଭିଡ଼ ସେବାକେନ୍ଦ୍ର ଖୋଲାଯାଇଛି । କୋଣାର୍କ ଡ଼ରାକ୍ତରଖାନା ପରିସରରେ ଗୋଟିଏ କୋଭିଡ଼ ସେବାକେନ୍ଦ୍ର ଖୋଲାଯାଇଥିବା ବେଳେ ଅନ୍ୟଟି ଥାନାଛକ ସ୍ଥିତ ଆଶ୍ରମ ସ୍କୁଲ ପରିସରରେ ଖୋଲାଯାଇଛି। ଖୁବଶିଘ୍ର ଏହି ଦୁଇଟି ସେବାକେନ୍ଦ୍ର କାର୍ଯ୍ୟକ୍ଷମ କରାଯିବ ।କୋଣାର୍କ ଡ଼ାକ୍ତରଖାନା ପରିସରରେ ୮୦ ଶଯ୍ୟା ବିଶିଷ୍ଟ କୋଭିଡ଼ ସେବାକେନ୍ଦ୍ର ପ୍ରସ୍ତୁତ କରାଯାଇଥିବା ବେଳେ ଆଶ୍ରମ ସ୍କୁଲ ପରିସରରେ ୫୦ ଜଣ ରୋଗୀ ରହିବା ଭଳି ବ୍ୟବସ୍ଥା କରାଯାଇଛି ।
ଏହି କୋଭିଡ଼ ସେବାକେନ୍ଦ୍ର କାର୍ଯ୍ୟ ଶେଷ ହୋଇଥିବା ନେଇ ଗୁରୁବାର ଦିନ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ କୋଣାର୍କରେ ପହଞ୍ଚି ଏହାର ତଦାରଖ କରିଛନ୍ତି ।ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ,ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଶିବପ୍ରସାଦ ମଙ୍ଗରାଜ , କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ .ଶ୍ରୀନିବାସ ପ୍ରମୁଖ ଉକ୍ତ ଦୁଇଟି ସେବାକେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟ ଦେଖିବା ସହ ଏହି ଦୁଇଟି କୋଭିଡ଼ ସେବାକେନ୍ଦ୍ର ପାଇଁ ଆବଶ୍ୟକ ଥିବା ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ କୋଣାର୍କରେ ପହଞ୍ଚି ସାରିଥିବା ଜଣାପଡିଛି। କରୋନା ରୋଗୀ ଆସିବା ପରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାର ଅଧିକାରୀମାନେ ପ୍ରକାଶ କରିଛନ୍ତି।କୋଣାର୍କ ଏନଏସି କୋଭିଡ଼ ୧୯ ଦାୟିତ୍ବରେ ଥିବା କର୍ମଚାରୀ ଭାଗିରଥି ବରାଳ ଏହି ପ୍ରଶାସନିକ ଅଧିକାରୀଙ୍କ ଗ୍ରସ୍ତ ସମୟରେ ଉପସ୍ଥିତ ରହିଥିଲେ।