Odisha news

ଆସନ୍ତା ୧ତାରିଖ ରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବା ପାଇଁ ଯୋଜନା କରୁଛି ଏ.ଏସ.ଆଇ.।

0

କୋଣାର୍କ:କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ୨୩ତାରିଖରୁ ବନ୍ଦ ଥିବା ସୂର୍ଯ୍ୟ ମନ୍ଦିର ଆସନ୍ତା ଜୁଲାଇ ପହିଲାରୁ ପର୍ଯ୍ୟଟକ ଙ୍କ ପାଇଁ ଖୋଲିବାକୁ ସ୍ତାନୀୟ ଏଏସଆଇ ଯୋଜନା କରୁଛି। ବିଶେଷ ସୁତ୍ରରୁ  ଜଣା ପଡେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ଙ୍କ ନିର୍ଦ୍ଧେଶ କ୍ରମେ ସୂର୍ଯ୍ୟ ମନ୍ଦିର କୁ ଜୁଲାଇ ୧ତାରିଖରୁ ଖୋଲାଯିବ।ଏବଂ ପର୍ଯ୍ୟଟକ ମାନେ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ସାମାଜିକ ଦୂରତା ରକ୍ଷା ସହିତ ମାସ୍କ ପିନ୍ଧିବେ।ପର୍ଯ୍ୟଟକ ମାନେ ଅନ୍ ଲାଇନିରେ ଟିକେଟ କରି ମନ୍ଦିର କୁ ପ୍ରବେଶ କରିବେ।ପ୍ରତ୍ୟକ ଦିନ ୧୦୦୦ ପର୍ଯ୍ୟଟକ ଯିବା ପାଇଁ କଟକଣା ଜାରିକରାଜିବ ତାହାଛଡ଼ା ମନ୍ଦିର ପାଶ୍ୱରେ ବ୍ୟବସାୟ କରୁଥିବା  ବ୍ୟବସାୟୀ ମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରଖିବେ ।

ଏବଂ ସେମାନେ ଏକା ବେଳକେ ସବୁ ଦୋକାନ ନଖୋଲି ପାଳି କରି ଦୋକାନ ମାନ ଖୋଲି ବ୍ୟବସାୟ କରିବା ପାଇଁ ଗାଇଡ଼ ଲାଇନିଜାରିକରାଜିବ ବୋଲି ଜଣା ପଡ଼ିଛି।ଏବଂ ପ୍ରତ୍ୟେକ ପର୍ଯ୍ୟଟକ ଏ.ଏସ.ଆଇ.ଦ୍ବାରା ଯେଉଁ ଗୋଲେଇ ଗାର କଟା ଯାଇଥିବ ତାରିଭିତରେ ରହି ଧାଡିରେ ମନ୍ଦିରକୁ ପ୍ରବେଶ କରିବାକୁ କଡା ନିର୍ଦ୍ଧେଶ ଜାରି କରାଯିବ । ଏବଂ ଯେଉଁ ପର୍ଯ୍ୟଟକ ମାସ୍କ ପିନ୍ଧି ନଥିବେ ସେମାନଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବନି। ପ୍ରତି ମୁହୂତ୍ତ ରେ ମନ୍ଦିର ପରିସର ସହିତ ପର୍ଯ୍ୟଟକ ଛିଡା ହୋଇଥିବା ସ୍ଥାନକୁ ସ୍ଥାନୀୟ ଏ.ଏସ ଆଇ.କର୍ମଚାରୀ ଙ୍କ ଦ୍ବାରା ସାନିଟାଇଜର କରାଯିବ ବୋଲି ଜଣା ପଡ଼ିଛି।

Leave A Reply