Odisha news

ବେଗୁନିଆପଡ଼ା ବ୍ଳକରେ ପଜିଟିଭ୍ ସଂଖ୍ୟା ୧୦୦ ଟପିଲା, ତଥାପି ଲୋକେ ହେଉ ନାହାଁନ୍ତି ସଚେତନ ।

0
କୋଦଳା ( Susanta Kumar Pattnayak)  : କରୋନା ଭୂତାଣୁ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ମାନବ ସଭ୍ୟତା ପ୍ରତି ଦେଖା ଦେଇଛି ବିପଦ । ଗଂଜାମ ଜିଲ୍ଲା ଏବେ ସଂକ୍ରମଣ ସଂଖ୍ୟାରେ ସର୍ବାଧିକ ଥିବା ବେଳେ ବେଗୁନିଆପଡ଼ା ବ୍ଳକରେ ଏବେ ପଜିଟିଭ୍ ସଂଖ୍ୟା ୧୦୦ ପାର୍ କରିଛି। ବ୍ଲକର ବେଗୁନିଆପଡ଼ା ପଞ୍ଚାୟତ ସମେତ ସୁମଣ୍ଡଳ, ଅଙ୍ଗାରଗାଁ ପ୍ରଭୃତି ଅଞ୍ଚଳକୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଟ୍ ଡାଉନ୍ କରାଯାଇଛି ।ଏହି ସମୟ ଅବଧି ମଧ୍ୟରେ  ଏକ ମିଟର ସାମାଜିକ ଦୂରତା ରକ୍ଷା କରିବା, ୭ରୁ ଅଧିକ ଲୋକ ଏକାଠି ନ ହେବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକନ ବନ୍ଦ ରଖିବା ଏବଂ ଯାନବାହାନ ଚଳାଚଳକୁ ବନ୍ଦ ରଖିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି।
କୋଦଳା ଏନଏସି ଓ ବେଗୁନିଆପଡ଼ା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଲୋକେ ସଚେତନ ହେଉନଥିବା ନଜରକୁ ଆସୁଛି ।ବିଶେଷ କରି ଗ୍ରାମାଞ୍ଚଳରେ ଲୋକେ ସୁଧୁରୁ ନଥିବା ଦେଖିବାକୁ ମିଳୁଛି ।ଗାଁ ମାନଙ୍କରେ ଲୋକେ ଆଦୌ ସାମାଜିକ ଦୂରତାକୁ ବଜାୟ ରଖୁ ନାହାଁନ୍ତି। ପୋଲିସର ପାଟ୍ରୋଲିଂ ସମୟରେ ଲୋକେ ଲୁଚି ଯାଉଥିବା ବେଳେ ସେମାନେ ଗଲାପରେ ପୁଣି ବାହାରି ଆସି ଅବାଧରେ ବିଚରଣ କରୁଛନ୍ତି। ଏବେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଥର୍ମାଲ୍ ସ୍କ୍ରିନିଂ ହେବା ପରେ ପଜିଟିଭ୍ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଚର୍ଚ୍ଚା ହେଉଛି। ସଚେତନ ନହେଲେ କରୋନ ସଂକ୍ରମଣକୁ ରୋକିବା କଷ୍ଟକର ହୋଇ ପଡିବ ବୋଲି ବୁଦ୍ଧିଜୀବି ମାନେ କହନ୍ତି ।
Leave A Reply