ମାଲକାନଗିରି !ତା:୧୧.୭.୨୦୨୦ : ମାଲକାନଗିରି ପୌରାଞ୍ଚଳରେ ଗତ କାଲି ୧୦ ଜଣ କରୋନା ପଜ୍ଟିଭ ଚିହ୍ନଟ ହେବା ପରେ ୯ଟି ୱୀର୍ଡକୁକଣ୍ଟନମେଣ୍ଟ ଭାବେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଘୋଷଣା କରିଛନ୍ତି !ଏହି ୱାର୍ଡଗୁଡିକୁ ବାହା ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଜାରିକରାଯାଇଛି !ଉଚ୍ଚ କତ୍ତୃପକ୍ଷଙ୍କ ଦ୍ବାରା ସେବା ଯୋଗାଇବା ନିମନ୍ତେ ଯେଉଁ ସରକାରୀ କର୍ମଚାରୀମାନଙ୍କୁ ଅନୁମତି ପତ୍ର ପ୍ରଦତ୍ତ କରାଯୀଇଛି ସେମାନେ ଏହି କଣ୍ଟେନମେଣ୍ଟ ଜୋନରେ ପ୍ରବେଶ କରିପାରିବେ !
ପ୍ରତ୍ଯେକ ୱାର୍ଡର ବିଭିନ୍ନ ସମସ୍ଯା ବୁଝିବା ପାଇଁ ଜଣେ ଜଣେ ଅଫିସରଙ୍କୁ ଦାୟିତ୍ବ ନ୍ଯସ୍ତ କରାଯାଇଛି !ସେହି କଣ୍ଟେନମେଣ୍ଟ ଜୋନର ଲୋକ ଅନ୍ଯତ୍ର ଯାତାୟତ କରି ପାରିବ ନାହିଁ !ନିୟମ ଭଙ୍ଗକାରୀଙ୍କ ବିରୁଦ୍ଧରେ ନିୟମ ଅନୁସାରେ
କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି !ତେବେ ଏହି କଣ୍ଟନମେଣ୍ଟ ଜୋନଗୁଡିକ ହେଲା ୱାର୍ଡ ନଂ:୩,୫,୬,୮,୯,୧୦,୧୨,୧୩ ଏବଂ ୧୫ ଅଟେ !ଗତ ତା:୯.୭.୨୦୨୦ ରିଖ ସକାଳ ୮ ଘଟିକା ସମୟ ଠାରୁ ଆଗାମୀ ତା:୧୭.୭.୨୦୨୦ ସଂଧ୍ଯ ୧୨ ଘଟିକ ସମୟ ପର୍ଯ୍ଯନ୍ତ ବଳବତ୍ତର ରହିବ!
