କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଗୋଟିଏ ପକ୍ଷରେ ଭାରତ ଜୋଡ ଯାତ୍ରାରେ ଥିବା ସମୟରେ , ରାଜସ୍ଥାନ ରେ ତାଙ୍କ ଯାତ୍ରା ସମୟରେ ସେ ବିଜେପି ଅଫିସ୍ ଦେଇ ଅତିକ୍ରମ କରୁଥିବା ସମୟରେ କାର୍ଯ୍ୟକର୍ତ୍ତା ମାନଙ୍କ ଆଡ଼କୁ ଫ୍ଲାଇଙ୍ଗ କିସ୍ ଦେଇଥିଲେ । ଏହି ଖବର ଖୁବ୍ ଚର୍ଚ୍ଚା ରେ ଥିବା ସମୟରେ ସେହିଭଳି ରାହୁଲ୍ ଉତ୍ତରପ୍ରଦେଶ ରେ ଭାରତ ଜୋଡ ଯାତ୍ରାରେ ନିଜ ଭଉଣୀ ପ୍ରିୟଙ୍କା ଙ୍କୁ ମଧ୍ୟ ଆଦରରେ ଚୁମ୍ବନ ଦେବାକୁ ଭୁଲି ନଥିଲେ । ସେ ଯାହାବି ହେଉ ଆମର ଉଦ୍ଦେଶ୍ୟ ପଲିଟିକ୍ସ
ନୁହେଁ , ବରଂ କିସ୍ କୁ ନେଇ ପଲିଟିକ୍ସ । ବିଶେଷ ଭାବରେ ଏହା ରୋମାନ୍ସ , ସ୍ନେହ ଓ ଆଦର ସହିତ ଯୋଡା ହୋଇଥାଏ । କିନ୍ତୁ ଏହାର ପ୍ରାରମ୍ଭିକ ଖୁବ୍ ରୋମାଞ୍ଚକ ଅଟେ ।
ଦୁନିଆର ଅନେକ ଆନ୍ଥ୍ରପୋଲଜିଷ୍ଟ ଙ୍କ ମତ ରହିଛି ଯେ ଗୋଟିଏ ସିମ୍ପାଜି ଆଉ ଗୋଟିଏ ସିମ୍ପାଜି କୁ ପାଟିରେ ଖାଦ୍ୟ ଦେବା ସମୟରେ ଏହି ନିଆରା ପରମ୍ପରା ର ଆରମ୍ଭ ହୋଇଥିଲା । ସେମାନଙ୍କର ଧାରଣା ରହିଛି ଯେ ଏହା ମା ଓ ଛୁଆ ସ୍ନେହ ର ଆଦାନ ପ୍ରଦାନ ର ଆରମ୍ଭରେ ଚୁମ୍ବନ ର ଆରମ୍ଭ ବୋଲି । କାହିଁକି ନା ଗୋଟିଏ ମା ଯେବେ ଗୋଟିଏ ଛୁଆ କୁ ଖାଦ୍ୟ ଚୋବାଇ ତା ପାଟିରେ ଦେଇଥାଏ ସେତେବେଳେ ସିଏ ଖାଦ୍ୟ କୁ ଚୋବାଇକି ଦେଇଥାଏ । ଏହାକୁ ପ୍ରିମୋଷ୍ଟିକେସନ୍ ଫୁଡ୍ ଟ୍ରାନସ୍ଫର୍ ବୋଲି କୁହାଯାଇ ଥାଏ । ସେହିଭଳି ହ୍ୟୁମନ ଇବାଲ୍ୟୁସନ୍ ମଧ୍ୟ ସେହିଭଳି ହୋଇଥାଏ ।
ଅନ୍ୟ ଗୋଟିଏ ଥିଓରୀ ଅନୁସାରେ ଚୁମ୍ବନ ଗୋଟିଏ ଅକ୍ସିଡେଣ୍ଟ ରୁ ଆରମ୍ଭ ହୋଇଛି । ଟେକ୍ସସାସ୍ ଏ ଏଣ୍ଡ୍ ଏମ ବିଶ୍ଵବିଦ୍ୟାଳୟ ର ଆନ୍ଥ୍ରପୋଲଜିଷ୍ଟ ବିଭାଗ ର ଗବେଷଣା ଅନୁସାରେ କୁହାଯାଇଛି ଯେ ମଣିଷ କୌଣସି ଗୋଟିଏ ସୁଗନ୍ଧ ର ଅନୁଭବ କୁ ନେଇ ଚୁମ୍ବନ କରିଥାଇ ପାରେ । ଏହି କଥାରେ ସାମାନ୍ୟ ଦମ୍ ଅଛି , କାହିଁକି ନା ପୁରୁଣା ସମୟରେ ମଣିଷ ସୁଗନ୍ଧ ଦ୍ୱାରା ଅନ୍ୟକୁ ଜାଣି ପାରୁଥିଲା । ଅନେକ ଗୁଡ଼ିଏ ସମାଜରେ ଶୁଙ୍ଘିବା ଗୋଟିଏ ପ୍ରକାରର ଅଭିବାଦନ ଥିଲା । ଏହି ଶୁଙ୍ଘିବା ସମୟରେ ହୁଏତ କେହି ଚୁମ୍ବନ ଦେଇଥାଇ ପାରେ ।
ପ୍ରାଚୀନ ଭାରତରେ ମଧ୍ୟ ଚୁମ୍ବନ ର ଇତିହାସ ଦେଖିବାକୁ ମିଳିଥାଏ । ଅନେକ ବର୍ଷରୁ ପ୍ରାଚୀନ ଗ୍ରୀକ ସଭ୍ୟତା ର ଲୋକେ ଭାରତ ଆସି ଫେରି ଯାଇଥିଲେ , ସେମାନେ ଯିବା ସମୟରେ ଚୁମ୍ବନ ର କନ୍ସେପ୍ଟ ନିଜ ସହିତ ନେଇ ଯାଇଥିଲେ । ପୁରୁଣା ଯୁଗରେ ଚୁମ୍ବନ ର ଆଦାନ ପ୍ରଦାନ ବିଶେଷ ଭାବରେ ନଥିଲା । ମଧ୍ୟ କାଳୀନ ୟୁରୋପ ରେ ଏହାକୁ ଗୋଟିଏ ଅଭିବାଦନ ଭାବରେ ଦେଖା ଯାଇଥିଲା । ଜେବେକି ୟୁରୋପୀୟ ରାଷ୍ଟ୍ର ରେ ଅଭିବାଦନ ପାଇଁ ଓଠ ଓ କପାଳରେ ଚୁମ୍ବନ ଦିଆଯାଇ ଥାଏ ।
ବିଶେଷ ଭାବରେ ଓଠରେ ଚୁମ୍ବନ ଦେବା ଗୋଟିଏ ପ୍ରେମର ପ୍ରତୀକ ଭାବରେ ଦେଖାଗଲା । ଫ୍ରାନ୍ସ ଚୁମ୍ବନ କୁ ନେଇ ନିଜର ଯେଉଁ ଅଧିକାର ରଖୁଛି ତାହାର ଆରମ୍ଭ କୌଣସି ଫ୍ରାନ୍ସ ପ୍ରେମୀ ଯୁଗଳଙ୍କ ନିକଟରୁ ହୋଇଥିଲା । ଦୁନିଆର ଆନ୍ଥ୍ରପୋଲଜିଷ୍ଟ ଙ୍କ ମତରେ ଦୀର୍ଘ ସମୟ ଧରି ଓଠ କୁ କେବଳ ଫ୍ରାନ୍ସ ପ୍ରେମୀ ଯୁଗଳ ନିଜ ଡିକ୍ସନାରୀ ରେ ସାମିଲ କରି ଯାହାର ନାମ ଗ୍ଲସ୍ ଦେଇଥିଲେ । ଏହାଛଡା ଫ୍ରାନ୍ସ ଦାବୀ କରିଥିଲା ଯେ ପ୍ରଥମ ବିଶ୍ଵ ଯୁଧ ସମୟରେ ଫ୍ରାନ୍ସ ରେ ସମୟ ଅତିବାହିତ କରିଥିବା ଆମେରିକୀୟ ସୈନିକ ଏହାର ପ୍ରସାର ଆମେରିକା ରେ କରିଥିଲେ ।
ଯାହାବି ହେଉ ଏହି ଚୁମ୍ବନ ଆଜି ପ୍ରେମ ଓ ସ୍ନେହ ର ପ୍ରତୀକ ହୋଇ ସମସ୍ତଙ୍କ ମଧ୍ୟରେ ଆଦୃତ ହୋଇ ଗୋଟିଏ ଅଲଗା ଭାବନା ଜାଗ୍ରତ କରୁଛି ।