Odisha news

କିନ୍ନର ମାନଙ୍କ ଉପରେ ଆଇନ ସଚେତନତା ଶିବିର

0

କେନ୍ଦ୍ରାପଡ଼ା-୨୫/୦୧: ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟ ରେ କିନ୍ନର ମାନଙ୍କ ଉପରେ ଏକ ଆଇନ ସଚେତନତା ଶିବିର ରେସ୍ୱା ସ୍ୱଧାର ଗୃହରେ ଅନୁଷ୍ଠିତ ହୋଇଯାଇଛି । ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ କିନ୍ନର ମାନଙ୍କ ପାଇଁ କି ପ୍ରକାର ଆଇନ ସୁବିଧାମାନ ଅଛି, ଏଥି ସହିତ କିନ୍ନର ମାନେ କିପରି ସାମାଜିକ ସ୍ରୋତରେ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷାୁ ଅଧିକାରୀ ରୂପାଲୀ ପ୍ରିୟଦର୍ଶିନୀ ଓ ଶ୍ରୀ ବଳଦେବଜୀଉ କିନ୍ନର ମହାସଂଘର ସଭାପତି ଏଲିନା ଦାସ ପ୍ରମୁଖ ଯୋଗ ଦେଇଥିଲେ । ରେସ୍ୱାର ମିନତୀ ଦାସ ଓ ଅନ୍ୟ କର୍ମଚାରୀ ମାନେ ସହ ଯୋଗ କରିଥିଲେ ।

Leave A Reply