Odisha news

କିଡ଼ନୀ ଡାଏଲିସିସ ର ଆବଶ୍ୟକତା କେତେବେଳେ ପଡିଥାଏ ଏବଂ ଏହା ଜରିଆରେ କେତେଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ ରୋଗୀ 

0
ସାଧାରଣ ଭାବରେ କିଡ଼ନୀ ରୋଗୀ ଙ୍କ ପାଇଁ ଡାଏଲିସିସ ଶବ୍ଦ ର ବ୍ୟବହାର ହୋଇଥାଏ l ସାଧାରଣ ଭାବରେ ଆମେ ଶୁଣିଥାଉ ଯେ କିଡ଼ନୀ ର ଖରାପ ପରିସ୍ଥିତି ଯୋଗୁଁ ଡାଏଲିସିସ କରାଯାଇ ଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ କିଡ଼ନୀ କାମ ନକରିବା ଦ୍ୱାରା  ଡାଏଲିସିସ ଜରିଆରେ କଡ଼ନୀ କୁ ଠିକ କରାଯାଇ ପାରେ କିନ୍ତୁ ଯଦି କ୍ରୋନିକ କିଡ଼ନୀ ଫେଲିଓର ଅଟେ  ତେବେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ  କରାଯାଇ ଥାଏ l
ଡାଏଲିସିସ ଦ୍ୱାରା ମଣିଷ କେତେଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ ?
ଆମ ମାନଙ୍କ ମନରେ ଏହି ପ୍ରଶ୍ନ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଜଣେ କେତେଦିନ ଡାଏଲିସିସ ଦ୍ୱାରା ଜୀବିତ ରହିପାରିବ , ଏହା ସମ୍ପୂର୍ଣ୍ଣ ଭାବରେ ରୋଗୀ ଉପରେ ନିର୍ଭର କରିଥାଏ l ଦିଲ୍ଲୀ ଏମସ ର ସୂଚନା ଅନୁଯାୟୀ ଏଭଳି ଅନେକ ରୋଗୀ ଅଛନ୍ତି , ଯେଉଁମାନେ ଦୀର୍ଘ ୧୫ ବର୍ଷ ଧରି ଡାଏଲିସିସ ଦ୍ୱାରା ଜୀବିତ ରହିଛନ୍ତି l
ଡାଏଲିସିସ କଣ ?
ଡାଏଲିସିସ ଦ୍ୱାରା ବ୍ୟକ୍ତିର ରକ୍ତ କୁ ସଫା କରିବାକୁ ଚେଷ୍ଟା କରାଯାଇ ଥାଏ l କାହିଁକି ନା କିଡ଼ନୀ ଅସୁସ୍ଥ ହେବା ଦ୍ୱାରା ମଣିଷ ର ରକ୍ତ ସଫା ହୋଇପାରି ନଥାଏ l ଏପରିସ୍ଥିତି ରେ
ଡାଏଲିସିସ ଦ୍ୱାରା ରକ୍ତ କୁ ସଫା କରାଯାଇ ଥାଏ l ଏହି ପ୍ରୋସେସ ସମୟରେ ରକ୍ତରେ ଜମି ରହିଥିବା ବର୍ଜ୍ୟ ବସ୍ତୁ ଓ ଟକ୍ସିନ  କୁ ସଫା କରାଯାଇ ଥାଏ l ଡାଏଲିସିସ ସମୟରେ ବିଶେଷ ଭାବେ ଗୋଟିଏ କଥାକୁ ଧ୍ୟାନ ରଖିବା ଜରୁରୀ କି ରୋଗୀ ର ଶରୀର ରେ ଇଲେକ୍ଟ୍ରୋ ଲାଇଟ ଲେବୁଲ ମେଣ୍ଟେନ ରହିବ l
କେତେବେଳେ ରୋଗୀ କୁ ପଡିଥାଏ ଡାଏଲିସିସ ର ଆବଶ୍ୟକତା : –
କୌଣସି ବ୍ୟକ୍ତି କୁ ଡାଏଲିସିସ ର ଆବଶ୍ୟକତା ସେତେବେଳେ ପଡିଥାଏ ଯେତେବେଳେ ରୋଗୀ ର ୨ ଟି କିଡ଼ନୀ କାର୍ଯ୍ୟ କରି ନଥାଏ l କିଡ଼ନୀ ଫେଲ ହେବାର ସମ୍ଭାବନା ସେମାନଙ୍କ ନିକଟ ରେ ରହିଥାଏ , ଯେଉଁମାନେ ଉଚ୍ଚ ରକ୍ତଚାପ ଓ ମଧୁମେହ ରେ ପୀଡିତ ହୋଇ ଥାଆନ୍ତି l
Leave A Reply