ବେତନଟୀ : ଚଳିତ ବର୍ଷ ଦଶହରା ଉପଲକ୍ଷେ ବୈଶିଙ୍ଗା ଥାନା ଅଧୀନ ମେର୍ଦା ସ୍କୁଲପଡିଆରେ ମଙ୍ଗଳବାର ରାବଣପୋଡି ଅନୁଷ୍ଠିତ ହୋଇଥିଲା । ରାବଣ ଦେହରେ ଅଗ୍ନି ସଂଯୋଗ ଚାଲିଥିବା ସମୟରେ ବାଣ ବିସ୍ଫୋରଣରେ ନାବାଳିକା ଗୁରୁତର ଆହତ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ମେର୍ଦ୍ଦା ପଞ୍ଚାୟତ ଅଧୀନ ପିଞ୍ଝାବଣିଆ ଗ୍ରାମର ମଙ୍ଗଡା ସିଂ ଓ ମା ଜୋଲି ସିଂ, ଜେଜେମା ସୀତ ସିଂଙ୍କ ସହିତ ନାବାଳିକା ଅନିତା (୧୦) ମେର୍ଦ୍ଦା ସ୍କୁଲପଡିଆରେ ଅନୁଷ୍ଠିତ ହୋଇଥିବା ରାବଣପୋଡି ଦେଖୁବାକୁ ଯାଇଥିଲେ । ଅନିତା ସ୍କୁଲ ପାଚେରୀ ପାର୍ଶ୍ଵରେ ଛିଡାହୋଇ ଦେଖିଥିବା ବେଳେ ରାବଣ ଦେହରେ ଅଗ୍ନି ସଂଯୋଗ ହୋଇଥିଲା । ସେହି ସମୟରେ ଏକ ବାଣ ଛିଟିକି ଆସି ଅନୀତା ପାଦ ପାଖରେ ପଡ଼ି ବିସ୍ଫୋରିତ ହୋଇଥିଲା । ଫଳରେ ଏଥିରେ ଅନୀତାଙ୍କ ଶରୀର ର ବିଭିନ୍ନ ସ୍ଥାନରେ ଅଗ୍ନି ଝଲକ ବାଜି ଫୋଟକା ହୋଇଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଆଜି ସୁସ୍ଥ ଭାବେ ଅନୀତା ଙ୍କୁ ପରିବାର ଲୋକେ ଅନିତାଙ୍କୁ ଘରକୁ ନେଇ ଆସିଥିବା ସୂଚନା ମିଳିଛି ।