ଖୋର୍ଦ୍ଧା : କରୋନା ସଙ୍କ୍ରମଣ ମୁକାବିଲା କରିବାକୁ ଏବଂ କରୋନା ସଙ୍କ୍ରମଣ କାୟା ବିସ୍ତାରରେ ରୋକ୍ ଲଗାଇବାକୁ ବ୍ୟାପକ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ପୌରପରିଷଦର ବସ୍ତି ବାସିନ୍ଦାଙ୍କୁ କରୋନା ସଙ୍କ୍ରମଣରୁ ରକ୍ଷା କରିବା ଲାଗି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି । ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ଏବଂ ପୌରପ୍ରଶାସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସ୍ଥାନିୟ ବି.ଡି.ଏ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପୌରପରିଷଦର ବିଭିନ୍ନ ଓାର୍ଡର ବସ୍ତି ମାନଙ୍କରେ ଥିବା କମିଟିର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ରାଉତ କରୋନା ମହାମାରୀର ସଙ୍କ୍ରମଣ , ନିରାକରଣ ଏବଂ ଲକ୍ଷଣ ଉପରେ ବିଶେଷ ଭାବେ ସଚେତନ କରାଇ ଥିଲେ ଏବଂ ସମସ୍ତେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ପରାମର୍ଶ ଦେଇଥିଲେ । ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଣି ଶ୍ୱେତପଦ୍ମା ଡି. ଶତପଥି ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ