Odisha news

କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ; ଥାନାରେ ମାମଲା

0

ଖୋର୍ଦ୍ଧା,୯ା୭(ସ.ବୁ୍ୟ): ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ପରିସରରେ ଆଜି ଅପରାହ୍ନରେ ଦୁଇଜଣ କାର୍ଯ୍ୟରତ ଡାକ୍ତରଙ୍କୁ ଜଣେ ଦୁବୃର୍ତ ଏକ ପିଭିସି ପାଇପ ଯୋଗେ ଆକ୍ରମଣ ଏବଂ ଅଶ୍ଳିଳଭାଷାରେ ଗାଳିଗୁଲଜ କରିଥିବା ନେଇ  ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ରୁ ଜଣାଯାଇଛି, ଆଜି ଅପରାହ୍ନ ପ୍ରାୟ ସାେଢେ ୩ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ର ଶଲ୍ୟ ବିଭାଗର ଦୁଇ ବରିଷ୍ଠ ଡା. ଶ୍ୟାମା ପ୍ରସନ୍ନ ମିତ୍ର ଓ ଡା. ଶୁଭ୍ରାଂଶୁ କୁମାର ସାହୁ ଅନ୍ତର୍ବିଭାଗ ଖଟିଆରେ ଥିବା ରୋଗୀଙ୍କୁ ଚିକିତ୍ସ୍ୟା କରୁଥିଲେ ।

ଏହି ସମୟରେ ଆଦର୍ଶଥାାନ ଅନ୍ତର୍ଗତ ତରତୁଆ ଗ୍ରାମର ସେକ୍ ଅମିନ୍ ହଠାତ ଡାକ୍ତରମାନଙ୍କ ନିକଟକୁ ଆସିି ଏକ ପିଭିସି ପାଇପ ଯୋଗେ ଆକ୍ରମଣ କରିବାକୁ ଉଦ୍ୟତ ହେବା ସହ ଅଶ୍ଳିଳ ଭାଷାରେ ବିଭିନ୍ନ ପ୍ରକାର ଗାଳିଗୁଲଜ କରିଥିଲେ । ଘଟଣାସ୍ଥଳରେ ମେଡିକାଲ ର ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା କୁ ଚେଷ୍ଟା କରିଥିବାବେଳେ ତାରଙ୍କୁ ମଧ୍ୟ ଉତ୍ୟକ୍ତ ଯୁବକ ଜଣକ ଗାଳିଗୁଲଜ କରିଥିବା ଡାକ୍ତର ଥାନା ରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ପୁଲିସ ଡାକ୍ତର ଖାନାରେ ପହଁଚି ସିସିଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଡାକ୍ତରମାନେ କାର୍ଯ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ମହାମାରୀ କରୋନା ସମୟରେ ଆଗଧାଡିର ଯୋଦ୍ଧା ଡାକ୍ତରମାନେ ସାଜିଥିବାବେଳେ ଏବେ ଡାକ୍ତରଖାନା ପରିସରରେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡା. ବିଶ୍ୱରଞ୍ଜନ ପତି, ଏଡିଏମଓ(ମେଡିକାଲ) ଡା. ରଘୁନାଥ ନାୟକ ପ୍ରମୁଖ ଦାବୀ କରିଛନ୍ତି ।

Leave A Reply