ଖୋର୍ଦ୍ଧା,୭ା୭ : ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେୱାନ ସାହିରେ ବଧୁ ହତ୍ୟା ହୋଇଥିବାନେଇ ଥାନାରେ ମୃତାଙ୍କ ମାଆ ଅଭିଯୋଗ କରିଛନ୍ତି । ମୃତା ଜଣକ ଦେୱାନ ସାହି ଶିବ କୁମାର ଖଟେଇଙ୍କ ପତ୍ନୀ ସାଲିନା ଖଟେଇ(୩୦) । ଅଭିଯୋଗ ପରେ ପୁଲିସ ସ୍ୱାମୀ ଶିବ କୁମାରଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି ।
ଘଟଣାରୁ ଜଣାଯାଇଛି, ମୃତା ସାଲିନାଙ୍କ ମାଆ ଜଙ୍କିଆ ଥାନା ଅନ୍ତର୍ଗତ କାୟା ଗୋଳବାଇ ଗ୍ରାମର ଅହଲ୍ୟା ଚମ୍ପତି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ୨୦୧୭ ମସିହାରେ ତାଭ୍କ ଝିଅ ସାଲିନା ର ଗୁରୁଜଙ୍ଗ ଦେୱାନ ସାହି ରେ ରହୁଥିବା ଚୈତନ୍ୟ ଖଟେଇଙ୍କ ବଡପୁଅ ଶିବ କୁମାରଙ୍କ ସହ ବୈଦିକ ରିତୀରେ ବିବାହ ହୋଇଥିଲା । ବିବାହ ସମୟରେ ନଗଦ ୭୦ହଜାର ଟଙ୍କା ସମେତ ସୁନାଗହଣା ଓ ଆସବାବପତ୍ର ସାଲିନା ଙ୍କୁ ଯୌତୁକ ବାବଦରେ ଦେଇଥିଲେ । ମାତ୍ର ବିବାହର କିଛିଦିନ ପରେ ସ୍ୱାମୀ ଶିବ କୁମାର ଓ ତାଙ୍କ ପରିବାର ବାପଘରୁ ଅଧିକ ଯୌତୁକ ଆଣିବାକୁ ସାଲିନାଙ୍କୁ ଦାବି କରିଥିଲେ । ମାତ୍ର ସାଲିନା ଏଥିରେ ଅସମର୍ଥ ପ୍ରକାଶ କରିବାରୁ ତାଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ତେବେ ସୋମବାରଦିନ ଅପରାହ୍ନରେ ଅର୍ଥାତ୍ ମୃତୁ୍ୟ ପୂର୍ବରୁ ସାଲିନା ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି ।
ମାତ୍ର ରାତି୍ରି ପ୍ରାୟ ସାଢେ ୯ଟାରେ ଶିବକୁମାର ସାଲିନାଙ୍କ ଘରକୁ ଫୋନ କରିଥିଲେ । ଫୋନ ପାଇ ସାଲିନାଙ୍କ ପରିବାର ଆସି ଦେଖନ୍ତିତ ତାଙ୍କ ଝିଅ ଡାକ୍ତରଖାନାରେ ମରି ପଡିଛି । ସାଲିନାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିଥିଲେ । ତେବେ ସାଲିନା ଆତ୍ମହତ୍ୟା ନୁହେଁ ବରଂ ଅଧିକ ଯୌତୁକ ଦାବୀରେ ଶୁଶୁର ଘର ଲୋକେ ତାଙ୍କୁ ମାରିଦେଇଥିବା ମାଆ ଅହଲ୍ୟା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଭିତିକରି ଆଦର୍ଶଥାନା ପୁଲିସ ୪୯୮(ଏ), ୩୦୪(ବି), ୩୦୨ ଓ ୩୪ ଆଇପିସି ୨୩୦/୨୦୨୦ ରେ ଏକ ମାମଲା ରୁଜୁ କରି ସ୍ୱାମୀ କୁ ଅଟକ ରଖି ପଚରା ଉଚରା କରୁଥିବାବେଳେ ସାଇଁଟିଫିକ୍ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ପରଠାରୁ ଶଶୁରଘର ର ଅନ୍ୟ ସମସ୍ତେ ଫେରାରଥିବା ପୁଲିସ କହିଛି ।
