ସପ୍ତାହେ ବ୍ୟାପି ଜାତୀୟ ଜି .ଏସ .ଟି ଦିବସ ପାଳିତ : ସାଂସଦ ଅପରାଜିତା ଉଦ୍ଘାଟନୀ ଉତ୍ସବର ମୂଖ୍ୟ ଅତିଥି , ସାଂସଦ ଅଶି୍ୱନି ବୈଷ୍ଣବ ଉଦ୍ୟାପନୀ ଉତ୍ସବର ମୂଖ୍ୟ ଅତିଥି ।
କୋଲକାତା / ଭୁବନେଶ୍ୱର : ଦି ଇନିଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଟାଂଟସ୍ ଅଫ୍ ଇଣ୍ଡିଆ, କୋଲକାତା – ଟାକ୍ସ ରିସର୍ଚ ବିଭାଗ ଏବଂ ଆଂଚଳିକ ପରିଷଦ ତଥା ଚାପ୍ଟର ମାନଙ୍କ ସମନ୍ୱୟ କମିଟିର ମିଳିତ ଉଦ୍ୟମରେ ଜାତୀୟ ସ୍ତରର “ ଜି .ଏସ .ଟି ଦିବସ ପାଳନ ସପ୍ତାହ” ପାନ୍ ଇଣ୍ଡିଆ ଜୁଲାଇ ୧ ରୁ ୭ ପର୍ଯ୍ୟନ୍ତ ୱେବିନଟ୍ (ଅନ୍ଲାଇନ୍) ମାଧ୍ୟମରେ ବହୁ ଆଡ଼ମ୍ବର ସହକାରେ ଆୟୋଜିତ ହୋଇଯାଇଛି । ଜୁଲାଇ ୧, ୨୦୧୭ ରେ ଜିଏସ୍ଟି କାର୍ଯ୍ୟକରିତାର ସ୍ମୃତି ସ୍ୱରୂପ ଏହି ଅନୁଷ୍ଠାନମାନ ବିଭିନ୍ନ ୱେବିନଟ୍ ଆଲୋଚନା ଅଧିବେଶନ ମାଧ୍ୟମରେ ପାନ୍ଇଣ୍ଡିଆ ମୂଳ ସାରାଂଶ “ଗ୍ରୋଇଂ ଷ୍ଟ୍ରଙ୍ଗର ୱିଥ୍ ଟାଇମସ୍ – ସମ ଏଣ୍ଡ ସବ୍ଷ୍ଟାନସ୍ ଅଫ୍ ଜିଏସ୍ଟି” ପାନ୍ ଇଣ୍ଡିଆ ୨୦୨୦ ଉପରେ ଜୁଲାଇ ୧ରେ ମାନ୍ୟବର ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଢ଼ଙ୍ଗୀ ମୂଖ୍ୟ ଅତିଥିଭାବେ ୱେବିନଟ୍ ମାଧ୍ୟମରେ ଏହାକୁ ଉଦ୍ଘାଟନ କରିଛନ୍ତି ।
ଏହି ସ୍ମରଣୀୟ ଦିବସ ଅବସରରେ ଶ୍ରୀମତୀ ଷଢ଼ଙ୍ଗୀ ୨୦୨୦ ପାଇଁ “ଟ୍ୟାକ୍ସ ବୁଲେଟିନ୍”ର ଭଲ୍ୟୁମ ୬୭କୁ ଉନ୍ମୋଚନ କରି ସରକାରଙ୍କ ଜିଏସ୍ଟି କାର୍ଯ୍ୟକାରିତା ଓ ସଫଳତାର ଭୂୟସି ପ୍ରସଂଶା କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ସିବିଆଇସିର ଅଧ୍ୟକ୍ଷ ଏମ୍.ଅଜିତ କୁମାର (ଆଇଆରଏସ୍) ସମ୍ମାନିତ ଅତିଥିଭାବେ ଅଂଶ ଗ୍ରହଣକରି ତାଙ୍କର ବକ୍ତବ୍ୟ ରଖିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସର୍ବଭାରତୀୟ ଆଇସିଏଆଇ ସଭାପତି ସିଏମଏ ବଲବିନ୍ଦର ସିଂ, ଉପସଭାପତି ସିଏମ୍ଏ ବିଶ୍ୱରୂପ ବାସୁ, ପରିଷଦ ସଭ୍ୟ ତଥା ଆଂଚଳିକ ପରିଷଦ, ଚାପ୍ଟର ସମନ୍ୱୟ ଓ ସିଏଟି କମିଟିର ଅଧ୍ୟକ୍ଷ ସିଏମ୍ଏ ଏଚ୍. ପଦ୍ମନାଭନ୍ ; ପରିଷଦ ସଭ୍ୟ ତଥା ପରୋକ୍ଷ କର କମିଟିର ଅଧ୍ୟକ୍ଷ ସିଏମ୍ଏ ନିରଞ୍ଜନ ମିଶ୍ର, ପ୍ରତ୍ୟକ୍ଷ କର କମିଟିର ଅଧ୍ୟକ୍ଷ ସିଏମ୍ଏ ରାଜେଶ ଭାଲ୍ଲା ମଧ୍ୟ ନିଜନିଜର ଅଭିଭାଷଣ ରଖିଥିଲେ । ଏହି ୱେବିନେଟ୍ରେ ୫୦୦୦ରୁ ଉଦ୍ଧ୍ୱର୍ ସିଏମ୍ଏ ସଭ୍ୟସଭ୍ୟା ଓ ଷ୍ଟେକ୍ ହୋଲଡ଼ର ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଇତି ଅବସରରେ ପ୍ୟାନେଲ ଆଲୋଚନା ଅଧିବେଶନ – ୧ର ମୂଳ ସାରାଂଶ “୩ ବର୍ଷ ପରେ ଜିଏସ୍ଟି” ଉପରେ ଇ-ଆଲୋଚନା ମାଧ୍ୟମରେ ନ୍ୟୁ ରିଟର୍ନ ବୈଷୟିକ ଜ୍ଞାନର ଅଗ୍ରଗତି, ମୂଲ୍ୟାୟନ ଇତ୍ୟାଦି ଉପରେ ସବିଶେଷ ଆଲୋକପାତ କରାଯାଇଥିଲା । କର୍ଣ୍ଣାଟକ ସରକାରଙ୍କ ବାଣିଜ୍ୟ କର ବିଭାଗର ଅତିରିକ୍ତ କମିସନର ଡ଼. ବି.ଭି. ମୂରଲିକି୍ରଷ୍ଣାଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାରେ କଷ୍ଟ୍ ଅଡ଼ିଟିଙ୍ଗ ଷ୍ଟାଣ୍ଡାର୍ଡ ବୋର୍ଡ଼ର ଅଧ୍ୟକ୍ଷ ଓ ଏ ସଂକ୍ରାନ୍ତ ଆନ୍ତର୍ଜାତୀୟ ବ୍ୟାପାର କମିଟିର ଅଧ୍ୟକ୍ଷ ସିଏମ୍ଏ ଡ. ଆଶିଷ ପି ଥାଟେ ଅତିଥି ସ୍ୱାଗତ ଭାଷଣ ସହ ଅଭିଭାଷଣରେ ଅଂଶଗ୍ରହଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ସ୍ତରର ପାନେଲିଷ୍ଟ ତଥା ପରେକ୍ଷ କର ସନ୍ଦର୍ଭର ନାସିକ୍ର ଲେଖକ ସିଏମଏ ଭି.ଏସ୍ ଦାତେ; ଚଣ୍ଡିଗଡ଼ର ଅଭ୍ୟାସରତ ସିଏମ୍ଏ ତଥା ଆଇସିଏଆଇ – ଏନ୍ଆଇଆର୍ସିର ଅଧ୍ୟକ୍ଷ ଅନିଲ ଶର୍ମା ଏବଂ ବାଙ୍ଗାଲୁରର ବରିଷ୍ଠ ସିଏମ୍ଏ ବିଶ୍ୱନାଥ ଭଟ୍ଟ ପ୍ରମୂଖ ଏହି ପ୍ୟାନେଲ ଆଲୋଚନା -୧ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ସେହିପରି ପ୍ୟାନେଲ ଆଳୋଚନା-୨ରେ ମୂଳ ସାରାଂଶ “ଆନୁଆଲ ରିଟର୍ନ ଏଣ୍ଡ ଜିଏସ୍ଟି ଅଡ଼ିଟ୍ ୟୁ/ଏସ୍ ୩୫ (୫) ଫର୍ ୨୦୧୮-୧୯-କ୍ରିଟିକାଳ ଇସୁ୍ୟସ୍” ରେ ପ୍ରିନ୍ସିପାଲ ଏଡିଜି, ଏନ୍.ଏ. ସି.ଆଇ.ଏନ୍ ଶ୍ରୀଯୁକ୍ତ ଅନିଳ କୁମାର ଗୁପ୍ତା ଅଧ୍ୟକ୍ଷତା କରିଥିଲେ । ପ୍ୟାନେଲ ଆଲୋଚନା-୩ ରେ ମୂଳ ସାରାଂଶ “ଇନ୍ସାଇଟ୍ ଇନ୍ଟୁ ଜିଏସ୍ଟି” ରେ ଇନ୍ପୁଟ୍ ଟାକ୍ସ କ୍ରେଡ଼ିଟ୍ ବିଷୟରେ ଏସୋସିଏଟ୍ ଭାଇସ୍ ପ୍ରେସିଡ଼େଂଟ୍ , ଜିଏସଟିଏନ୍ ଶ୍ରୀ କୁମାର ବିବେକ ଅଧ୍ୟକ୍ଷତା କରିଥିଲେ । ପ୍ୟାନେଲ ଆଲୋଚନା-୪ରେ ଭୁବନେଶ୍ୱର- ମଣ୍ଡଳ ସିଜିଏସ୍ଟି, ସେଂଟ୍ରାଲ ଏକ୍ସାଇଜ୍ ଏଣ୍ଡ କଷ୍ଟମସ୍ ଚିଫ୍ କମିସନର ଶ୍ରୀ ଆର. ମଙ୍ଗାବାବୁ ଅଧ୍ୟକ୍ଷତାରେ ଜିଏସ୍ଟି ଅପିଲ ଉପରେ ଆଲୋଚନା ହୋଇଥିଲା
ଜୁଲାଇ ୭ ଉଦ୍ୟାପନୀ ଉତ୍ସବରେ ମୂଖ୍ୟ ଅତିଥିଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଅଶ୍ୱିନି ବୈଷ୍ଣବ (ଆଇଏଏସ୍) ଯୋଗଦେଇ ଜିଏସ୍ଟିର ସଫଳ ରୂପାୟନ ଏବଂ ଏଥିରେ ଦେଶରେ ଥିବା ସମସ୍ତ ସିଏମ୍ଏ ମାନଙ୍କର ଭୁମିକା ଉପରେ ଆଲୋକପାତ କରିଥିଲେ । ତେଲେଙ୍ଗାନାର ବାଣିଜ୍ୟ କର କମିସନର ଶ୍ରୀମତି ନିତୁ କୁମାରୀ ପ୍ରସାଦ ( ଆଇଏଏସ୍), ଓ ବେଙ୍ଗାଲୁର-କର୍ଣ୍ଣାଟକା ଜିଏସ୍ଟି, ସେଂଟ୍ରାଲ ଏକ୍ସାଇଜ୍ ଏଣ୍ଡ କଷ୍ଟମସ୍ର ପ୍ରିନ୍ସିପାଲ କମିସନର ଶ୍ରୀ ଅଜୟ ସାକ୍ସେନା ପ୍ରମୂଖ ସମ୍ମାନିତ ଅତିଥି ରୂପେ ଅଂଶ ଗ୍ରହଣ କରି ନିଜନିଜର ମତ ପ୍ରଦାନ କରିଥିଲେ ।
