ଖୋର୍ଦ୍ଧା,୭ା୭ : ୭୧ତମ ବନ ମହୋତ୍ସବ ଖୋର୍ଦ୍ଧା ତରତୁଆଠାରେ ଖୋର୍ଦ୍ଧା ବନଖଣ୍ଡ ତରଫରୁ ପାଳିତ ହୋଇଯାଇଛି । ତରତୁଆସ୍ଥିତ ୪୧ବାଟାଲିଅନ ଆଇଟିବିପି ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚିଲ୍ଲିକା ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେ୍ଦବ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରେନ୍ଦ୍ରନାଥ ମିତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିବା, ଜଙ୍ଗଲ ସୁରକ୍ଷା, ପରିବେଶ ସନ୍ତୁଳନ ରକ୍ଷା ଦିଗରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ ଜାରୀ ରହିଛି । ସବୁଜ ଓଡିଶା-୨୦୨୦ ଅଭିଯାନ ଦ୍ୱାରା ରାଜ୍ୟର ବ୍ୟାପକ ଅଂଚଳରେ ବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି ।
ନୂତନ ଜଙ୍ଗଲ ସୃଷ୍ଟି ଉଦେ୍ଦଶ୍ୟରେ ଚଳିତ ବର୍ଷା ଦିନେ ଅଧିକ ବୃକ୍ଷଚାରା ରୋପଣ କରାଯିବ । ଏହାପରେ ଆଇଟିବିପି ପରିସରରେ ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ଶ୍ରୀ ଜଗଦେ୍ଦବ, ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର ଚାରା ରୋପଣ କରିଥିଲେ । ତେବେ ନୂତନ ଜଙ୍ଗଲ ସୃଷ୍ଟି ଉଦେ୍ଦଶ୍ୟରେ ଖୋର୍ଦ୍ଧା ବନଖଣ୍ଡ ତରଫରୁ ୧୦,୫୦,୬୦୦ ଚାରା ବ୍ୟବହୃତ ହେବ ଏବଂ ୬୦,୦୦୦ ଚାରା ଜନସାଧାରଣଙ୍କୁ ବିତରଣ କରାଯିବ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଖୋର୍ଦ୍ଧା ଅଶୋକ ବେଉରା, ବନଖଣ୍ଡ ଅଧିକାରୀ , ଖୋର୍ଦ୍ଧା ଆଇଟିବିପି କମାଣ୍ଡାଂଟ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତଥିଲେ ।
