Odisha news

ଖୋର୍ଦ୍ଧା ପୋରପରିଷଦ କାର୍ଯ୍ୟାଳୟକୁ ୩ଦିନ ପାଇଁ ସଟ୍ଡ଼ାଉନ କଲେ ଜିଲ୍ଲାପାଳ

0

ଖୋର୍ଦ୍ଧା : ଖୋର୍ଦ୍ଧା ଉପଖଣ୍ଡୋର ଆଜି ୭ଜଣ କରୋନା ଆକ୍ରମାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ଖୋର୍ଦ୍ଧା ପୌରାଂଚଳର ୨ଜଣ ଥିବାବେଳେ ଖୋର୍ଦ୍ଧା ବ୍ଲକ୍ ରୁ ୪ଜଣ ଓ ଟାଙ୍ଗି ବ୍ଲକ୍ ରୁ ଜଣେ ରହିଥିବା ଜଣାଯାଇଛି । ଖୋର୍ଦ୍ଧା ପୌରାଂଚଳର ମୁକୁନ୍ଦପ୍ରସାଦ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ୧୫ ନଂ ୱାର୍ଡ ର ଜଣେ ୫୪ବର୍ଷିୟ ପୁରୁଷ ଏବଂ ଅନ୍ୟଜଣେ ୨୭ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ଖୋର୍ଦ୍ଧା ବ୍ଲକ୍ ମଳିପଡାର ଜଣେ ୨୭, ୩୩ ଓ ୨୯ ବର୍ଷିୟ ୩ଜଣ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବାବେଳେ ଜଙ୍କିଆର ଜଣେ ୨୬ବର୍ଷିୟ ପୁରୁଷ ମଧ୍ୟ ପଜିଟିଭ ବାହାରିଛନ୍ତି । ସେହିପରି ଟାଙ୍ଗି ବ୍ଲକ୍ ରେ ୫୫ବର୍ଷିୟ ମହିଳା କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।

ତେବେ ପୋରପରିଷଦ କାର୍ଯ୍ୟାଳୟର ଜନୈକ କର୍ମ·ରୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ପୋରପରିଷଦ କାର୍ଯ୍ୟାଳୟକୁ ତା.୦୨.୦୭.୨୦୨୦ ସକାଳ ୭ଘଟିକା ଠାରୁ ତା.୦୫.୦୭.୨୦୨୦ରିଖ  ସକାଳ ୭ଘଟିକା ପର୍ଯ୍ୟନ୍ତ ସଟ୍ଡ଼ାଉନ ଘୋଷଣା କରିବା ସହିତ ସେ ରହୁଥିବା ଖୋର୍ଦ୍ଧା ତେଲେଙ୍ଗା ସାହି ୱାର୍ଡ଼ ନଂ.୧୫କୁ ମଧ୍ୟ ତିିନିଦିନ ପାଇଁ କଂଟେନମେଂଟ ଜୋନ ଭାବରେ ଘୋଷଣା କରିଛନ୍ତି । ଏହା ସହିତ ଖୋରଧା ପୋ÷ରପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମ·ରୀମାନଙ୍କୁ ହୋମ କ୍ୱାରେଂଟାଇନରେ ରହିବାକୁ ନିଦେ୍ର୍ଦଶ ଦେବା ସହ ସେମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯିବ ବୋଲି ନିଦେ୍ର୍ଦଶ ନାମା ଜାରି କରିଛନ୍ତି ।

କିନ୍ତୁ ଦେଖିବାକୁ ମିଳୁଛି ପୋରପରିଷଦର ଅଧିକାଂଶ କର୍ମ·ରୀ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ନାମାକୁ ବେଖାତିର କରି ହୋମ କ୍ୱାରେଂଟାଇନରେ ରହିବା ପରିବତେ ସହର ମଧ୍ୟରେ ପଇଁତରା ମାରୁଛନ୍ତି । ଫଳରେ ଜନ ସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ପୂର୍ବରୁ ପୋ÷ରପରିଷଦର ୫ଟି ଅଂଚଳକୁ ଜିଲ୍ଲାପ୍ରଶାସନ କଂଟେନମେଂଟ ଜୋନ ଭାବରେ ଘୋଷଣା କରାଯାଇଥିଲା । ଫଳରେ କରୋନା ତାର କାୟା ଧିରେ ଧିରେ ସହରରେ ବିସ୍ତାର କରିବାରେ ଲାଗିଛି । ଜନସାଧାରଣ ସଚେତନ ନ ହେଲେ ଏହି ରୋଗ ଏକ ଭୟଙ୍କର ରୂପ ନେବ ବୋଲି ସାଧାରଣରେ ଆଲୋଚନା ହେଉଛି

Nalco
Leave A Reply