Odisha news

ବେଆଇନ ମାଟି ଚାଲାଣ ବେଳେ ଖଲ୍ଲିକୋଟ ପୋଲିସ ର ଚଢ଼ାଉ,୪ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ ,୫ ଡ୍ରାଇଭର ଓ ଜଣେ ଦଲାଲ ଗିରଫ ।

0

ଖଲ୍ଲିକୋଟ–୧୩/୦୫–ଖଲ୍ଲିକୋଟ ଅଞ୍ଚଳରେ ବେଆଇନ ମୋରାମ, ମାଟି, ପଥର ର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ଆଜି ଏହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।ଆଜି କେଶପୁର ନିକଟସ୍ଥ ସିଙ୍ଗଡାପଲ୍ଲୀ ର ଏକ ବିଲ ଭିତରେ ବେଆଇନ ଭାବେ ମାଟି ଖୋଳି ଚୋରା ଚାଲାଣ କରାଯାଉଥିବା ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଏସ ଆଇ ସିଲୁ ଧଳ ଓ ଅନ୍ୟାନ୍ୟ କର୍ମଚାରୀ ଅତର୍କିତ ଚଢ଼ାଉ କରିଥିଲେ ।

ବେଆଇନ ମାଟି ଖୋଳା ଓ ଚୋରା ଚାଲାଣ କରିବା ଅଭିଯୋଗରେ ବ୍ୟବହୃତ ୪ ଟି ଟ୍ରାକ୍ଟର ନମ୍ବର ଓ ଡି୦୭ ଟି ୩୧୩୯,ଓ ଆର ୦୭ ଆର ୦୨୩୭,ଓ ଡି ୦୭ କେ ୦୦୪୮,ଓ ଆର ୦୭ ଜେ ୫୦୫୨ ଏବଂ ଗୋଟିଏ ଜେସିବି ନମ୍ବର ଓ ଡି ୦୭ ୱାଇ ୪୩୨୬ କୁ ଜବତ କରିବା ସହ ସମ୍ପୃକ୍ତ ୫ ଜଣ ଡ୍ରାଇଭର ଓ ଜଣେ ଦଲାଲ ନୂତନ ଗୁରୁଣ୍ଠି ର ଅଇଁଠା ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ଏମାନଙ୍କ ବିରୋଧ ରେ ଖଲ୍ଲିକୋଟ ଥାନା କେସ ନମ୍ବର ୧୬୭/୨୦୨୦,ଦଫା ୩୭୯,୩୪ ଆଇ ପି ସି, ଆର ଡବ୍ଲୁ ସେକ୍ସନ ୧୮ଓ ମାଇନିଂ ଆକ୍ଟ ରେ ମୋକଦ୍ଦମା ରୂଜୁ ହୋଇଥିବା ଜଣାପଡିଛି ।

Nalco
Leave A Reply