ଖଲ୍ଲିକୋଟ : ପ୍ରବାସୀ କୁ ମିଳିଲାନି କାମ, ବାଧ୍ୟ ହୋଇ ଭିଟାମାଟି ଛାଡିଲେ ପ୍ରବାସୀ ଓଡ଼ିଆ l ମାହାମାରୀ ବିପତ୍ତି ସମୟରେ ଆଜି ଖଲ୍ଲିକୋଟ ଅଞ୍ଚଳରୁ ବହୁ ଶ୍ରମିକ ନିଜ ଅଞ୍ଚଳରେ କୌଣସି ରୋଜଗାରର ମିଳୁନଥିବା ଅଭିଯୋଗ କରି ଚେନ୍ନାଇ ଫେରିଯାଉଥିବା ଦେଖିବାକୁ ମିଳିଛି l
ଗତ କିଛି ମାସ ତଳୁ କରୋନା ଭୟରେ ଚେନ୍ନାଇ ଛାଡ଼ି ଓଡ଼ିଶା ଫେରିଥିଲେ l ହେଲେ ଏବେ ପୁଣି ଚେନ୍ନାଇ ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ l କମ୍ପାନୀ ଏମାନଙ୍କ ପାଇଁ ଏକ ବସ ପଠାଇଛି ଏହାସହ ସେଠାକୁ ଗଲେ କାମ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛି l ଫଳରେ ଏଭଳି ମହାମାରୀ କରୋନା ବିପତ୍ତି କୁ କ୍ଷ୍ଯାତିରି ନକରି ଖଲ୍ଲିକୋଟ ନିକଟସ୍ଥ ତୋଟାଗାଁ, କମାଳାପଦର ଗ୍ରାମର ୨୫ ଜଣ ଯୁବକ ପେଟପାଟଣା ଓ ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ ଚେନ୍ନାଇ ଯାଉଛନ୍ତି ବୋଲି କହିଛନ୍ତି l
ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ରାଜ୍ୟ ସରକାର କିନ୍ତୁ ଲୋକଙ୍କୁ କାମ ନମିଳିବାରୁ ଆଜି ଭିଟାମାଟି ଛାଡ଼ି ଯାଉଥିବା ପ୍ରବାସୀ ଅଭିଯୋଗ କରିଛନ୍ତି l କିଏ ୪ ମାସ ଆଉକିଏ ୨ ମାସ ହବ ଗାଁରେ ବସିଲୁ କୌଣସି ରୋଜଗାର ର କାମ ମିଳିଲା ନାହିଁ, ଗାଁରେ ରହି କିଏ ଅାମ ପିଲା ପରିବାର କୁ ପୋଷିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରବାସୀ l ତିନି ଦିନ ତଳେ ଆସିକା ଅଞ୍ଚଳ ରୁ ବହୁ ପ୍ରବାସୀ ସୁରତ ଫେରି ଯାଉଥିବା ଦେଖିବାକୁ ମିଳିଥିଲା l